ଓଡିଶାରାଜନୀତି

ଖଣି ମନ୍ତ୍ରଣାଳୟ ସଂସଦୀୟ କମିଟିରେ ସ୍ଥାନ ପାଇଲେ ସସ୍ମିତ

ଭୁବନେଶ୍ୱର: ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କୋଇଲା ଓ ଖଣି ମନ୍ତ୍ରଣାଳୟ ଲାଗି ସଂସଦୀୟ ପରାମର୍ଶଦାତା କମିଟିରେ ସ୍ଥାନ ପାଇଛନ୍ତି। ଶ୍ରୀ ପାତ୍ର ପୂର୍ବରୁ ଆଇନ ଓ ନ୍ୟାୟିକ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିରେ ରହିଥିଲେ। ଏନେଇ ସଂସଦର ସଚିବାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଶ୍ରୀ ପାତ୍ର ୨୦୧୯ରେ ପ୍ରଥମେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ରାଜ୍ୟସଭା ଚେୟାରମ୍ୟାନ ପ୍ୟାନେଲ କମିଟିରେ ଶ୍ରୀ ପାତ୍ର ମଧ୍ୟ ରହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ମଧ୍ୟ ସେ ଦକ୍ଷତାର ସହ ଗୃହ ପରିଚାଳନା କରିଛନ୍ତି। ଏହାପରେ ଦ୍ୱିତୀୟ ଥର ଲାଗି ଗତ ଜୁନ ମାସରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହାଛଡା ଶ୍ରୀ ପାତ୍ର ବିଜେଡିର ଜାତୀୟ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

Related posts

ପୁରୀ ରେଳ ଷ୍ଟେସନ୍‌ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ

mahabharatanews

ବାଚସ୍ପତି ନିର୍ବାଚନକୁ ବର୍ଜନ କରିଛି କଂଗ୍ରେସ 

mahabharatanews

ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ….

mahabharatanews