ଓଡିଶାରାଜନୀତି

ପୁଣି ବିଜେଡିକୁ ଲାଗିଲା ବଡ଼ ଝଟକା

ପୁଣି ବିଜେଡିକୁ ବଡ଼ ଝଟକା ଲାଗିଛି । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ପଦ ଛାଡିଛନ୍ତି । ବିଜେଡିର ସିନିୟର ସିଟିଜେନ୍‌ ସେଲ୍‌ ଉପସଭାପତି ପଦରୁ ମଙ୍ଗଳବାର ଦେବାଶିଷ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ପୂର୍ବରୁ ଦଳ ଉପରେ ଅସନ୍ତୋଷ ଥିଲେ । ତେବେ ଗୁରୁତ୍ୱ ଦେଉନଥିବାରୁ ପଦବୀ ଛାଡ଼ିଥିବା ଇସ୍ତଫାପତ୍ରରେ ଦେବାଶିଷ ଉଲ୍ଲେଖ କରିଛନ୍ତି ଏବଂ ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ ଦର୍ଶାଇଛନ୍ତି ଦେବାଶିଷ । ଏହା କେବଳ ମୋତେ ଆଘାତ ଦେଇନାହିଁ, ଦଳରେ ଥିବା ହଜାର ହଜାର କର୍ମୀଙ୍କୁ ମଧ୍ୟ ଆଘାତ ଦେଉଛି । ସର୍ବପରେ ବି ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ରହିଛି ବୋଲି ଦେବାଶିଷ ଚିଠିରେ ଉଲ୍ଲେଖ କରିଛନ୍ତି ।

ଇସ୍ତଫା ଦେବା ପରେ ଏବେ ଚର୍ଚ୍ଚା ହେଉଛି ଦେବାଶିଷଙ୍କ ଗତି କେଉଁଆଡେ ରହିବ । ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଦେବାଶିଷ ସାମନ୍ତରାୟ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେବେ । ଖାଲି ସେତିକି ନୁହେଁ, ଆଗରୁ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପି ଟିକେଟରେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଠିକ୍ ସେହି ପନ୍ଥା ଅବଲମ୍ବନ କରିପାରନ୍ତି ଦେବାଶିଷ ସାମନ୍ତରାୟ ।

BJD MP Debashish Samantaray criticizes party leaders again,...

Related posts

ଯୁକ୍ତ ଦୁଇ ପରୀକ୍ଷା: ଲାଗିବ ସିସିଟିଭି ସହ ଲାଇଭ୍ ଷ୍ଟ୍ରିମିଂ

mahabharatanews

ପୁରୀରେ ଅହିଂସା ରଥକୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା

mahabharatanews

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କୋଭିଡ ପଜିଟିଭ୍

mahabharatanews