ଓଡିଶା

କେନ୍ଦ୍ର ଅବହେଳାର ଲମ୍ବା ତାଲିକା ରଖିଲା ବିଜେଡି

(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକଶିତ ଓଡ଼ିଶା ଗଠନ କରିବାରେ ଚେଷ୍ଟା କରୁଛନ୍ତି। ହେଲେ କେନ୍ଦ୍ର ସରକାର ରାଜ୍ୟକୁ ସହଯୋଗ କରୁ ନାହାନ୍ତି। ବିକାଶରେ ବାଧକ ସାଜୁଛନ୍ତି। ହେଲେ ବିଜେଡି ରାଜ୍ୟବାସୀଙ୍କୁ ଭରଷା ସବୁବେଳେ ଜିତିବା ସହ ରାଜ୍ୟକୁ ବିକାଶ ଅଭିମୁଖୀ କରୁଛି।
– ଦାରିଦ୍ର ସୀମାରେଖା ଉପରକୁ ଆଣିବାକୁ ବିଜେଡ଼ି ଚେଷ୍ଟା କରୁଛି। ହେଲେ ଏଥିରେ କେନ୍ଦ୍ର ଯେଉଁ ସହଯୋଗ କରିବା କଥା କରୁ ନାହାନ୍ତି।
– ରାଜ୍ୟ ସବୁବେଳେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରୁଥିଲେ ମଧ୍ୟ । କେନ୍ଦ୍ର ଶୁଣୁ ନାହିଁ।
– ଓଡ଼ିଶାର ଚାଷୀ କୂଳକୁ ଧୋକା ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ରାଜ୍ୟର ଚାଷୀଙ୍କ ପାଇଁ କୌଣସି ଯୋଜନା କରି ନାହାନ୍ତି।
– ରାଜ୍ୟର ଚାଷୀଙ୍କ ଏମଏସପିକୁ ବୃଦ୍ଧି କରୁ ନାହାନ୍ତି। ବିଧାନସଭାରେ ଗଠନ ହୋଇଥିବା ସର୍ବଦଳୀୟ କମିଟିକୁ ପ୍ରଧାନ ମନ୍ତ୍ରୀ ସମୟ ଦେଲେ ନାହିଁ। ରାଜ୍ୟ ସରକାରଙ୍କ ସଫଳ କୃଷି ନୀତି ପାଇଁ ଦେଶରେ ଧାନ ଉତ୍ପାଦନରେ ଆଗରେ ଅଛି।
– ଉଷୁନା ଚାଉଳକୁ fci ସଂଗ୍ରହ କରୁ ନାହିଁ।
-କେନ୍ଦ୍ର ବିଜେପି ସରକାର 2022 ମସିହା ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ ବଢିବ ବୋଲି କହିଥିଲେ। ହେଲେ କଲେ ନାହିଁ।
– କୋଇଲା ରୟାଲିଟି ନାହାନ୍ତି। କୋଇଲା ରାୟଲୀଟି ପ୍ରତି 3 ବର୍ଷରେ ବଢ଼ାଇବାର ନିୟମ ରହିଛି। ଆଜିକୁ 10 ବର୍ଷ ହେଲାଣି ରୟାଲିଟି ବଢାଯାଉନି। ଫଳରେ ରାଜ୍ୟ ଅନେକ ଅର୍ଥ ହରାଉଛି।
-ବ୍ୟାଙ୍କ ସେବା ଓ ଟେଲିକମ ସେବା ରାଜ୍ୟକୁ କେନ୍ଦ୍ର ଯୋଗାଉ ନାହିଁ। ରାଜ୍ୟର ୬୧୭୮ ଗାଁରେ ଇଣ୍ଟରନେଟ ସେବା ମିଳି ପାରୁନି।
– ଦର ଦାମ ବଢୁଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ହାଂଡିଶାଳ ଉପରେ ଏହାର ପ୍ରଭାବ ପଡିଛି ।
– ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରୀ ଯୋଜନାରେ ପରିଣତ ହୋଇଛି । ୩୦୦ ଟଙ୍କାର ସିଲିଣ୍ଡର ଏବେ ୧୧୦୦ ଟଙ୍କାରେ ପହଂଚିଲାଣି।
-ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେଲେ ନାହିଁ। ଯାହାକି ରାଜ୍ୟବାସୀଙ୍କ ପାଇଁ ଅସମାନ।
-ମହାନଦୀ ପ୍ରସଙ୍ଗରେ ରାଜ୍ୟକୁ ଅଣଦେଖା କରାଯାଇଛି। ରାଜ୍ୟର ହକ ଓ ନ୍ୟାର୍ଯ୍ୟ ଦାବିକୁ ଅଣଦେଖା କରାଯାଇଛି । -ରାଜ୍ୟର ବିକାଶ କେବଳ ମୁଖ୍ୟମନ୍ତ୍ରୀ କରିଛନ୍ତି । 1 ତାରିଖରେ ହେବାକୁ ଥିବା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଆଶୀର୍ବାଦ କରିବେ।

Related posts

 ଆଜି ଗାନ୍ଧୀ ଜୟନ୍ତୀ

mahabharatanews

ଅଜଣା ଗାଡି ଧକ୍କାରେ ଅଟୋ ଓଲଟି ଜଣେ ମୃତ

mahabharatanews

ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

mahabharatanews