ଓଡିଶାରାଜନୀତି

ଝାରସୁଗୁଡା ଉପନିର୍ବାଚନ : ଟଙ୍କଧରଙ୍କ ନାମରେ ମୋହର ମାରିଲା ବିଜେପି

ଝାରସୁଗୁଡା : ଆଜି ପ୍ରକାଶ ପାଇବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି | ଏନେଇ ବୁଧବାର ବିଜେପି ମଧ୍ୟ ତା ପ୍ରାର୍ଥୀର ନାମ ଘୋଷଣା କରିଛି। ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରି ବିଧିବଦ୍ଧ ଭାବେ ଘୋଷଣା କରିଛି ରାଜ୍ୟ ବିଜେପି | ପୂର୍ବରୁ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ଦୀପାଳୀ ଦାସଙ୍କୁ ବିଧାୟକ ପ୍ରାର୍ଥୀ ରୂପେ ଘୋଷଣା କରା ଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେଙ୍କ ନାମ ଘୋଷଣା କରାଯାଇଥିଲା | ଆଉ ଗତକାଲି ଟଙ୍କଧର ତ୍ରିପାଠୀ ନାମ ଘୋଷଣା କରିଛି ବିଜେପି | ତେବେ ପୂର୍ବରୁ ସେ ବିଜେପି ଯୁବ ମୋର୍ଚାର ସଭାପତି ଓ ସାଧାରଣ ସମ୍ପାଦକ ଦାୟିତ୍ବ ତୁଲାଇ ଥିଲେ। ଅନ୍ୟପକ୍ଷରେ ଟଙ୍କଧର ତ୍ରିପାଠୀ ରାଜ୍ୟ ସମ୍ପାଦକ ଭାବେ ରହିଛନ୍ତି। ଏହି ଉପନିର୍ବାଚନ ତାଙ୍କ ପାଇଁ ପ୍ରଥମ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ତାଙ୍କ ନେତୃତ୍ୱରେ ଝାରସୁଗୁଡ଼ାରେ ଲଢ଼ିଥିଲା। ତେବେ ଆସନ୍ତା ଉପନିର୍ବାଚନରେ ବିଜେପିକୁ କେତେ ସୁହାଇବେ ଟଙ୍କଧର ତାହା ନିର୍ବାଚନୀ ଫଳାଫଳ ହିଁ କହିବ।

Related posts

ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କ ଭିତରେ ସରକାରଙ୍କ ଅବହେଳାରୁ ଦାନା ବାନ୍ଧୁଛି ଅସନ୍ତୋଷ

mahabharatanews

ପ୍ରଚଣ୍ଡ ଖରା; ସ୍କୁଲରେ ୬ରୁ ପାଠପଢ଼ା ଆରମ୍ଭ 

mahabharatanews

ଦୈନିକ ବଢୁଛି ତାତି 

mahabharatanews