ଓଡିଶା

ବିଜେପି ଜାତୀୟ ସାଧାରଣ ସମ୍ପାଦିକା ଡି .ପୂରେନ୍ଦେଶ୍ୱରୀ ଙ୍କ ରାୟଗଡା ଜିଲ୍ଲା ଗସ୍ତ

ରାୟଗଡା :ବିଜେପି ଜାତୀୟ ସାଧାରଣ ସମ୍ପାଦିକା ତଥା ରାଜ୍ୟ ପ୍ରଭାରୀ ଡି .ପୂରେନ୍ଦେଶ୍ୱରୀ ଦିନିକିଆ ରାୟଗଡା ଗସ୍ତ ରେ ଆସି କେନ୍ଦ୍ର ସରକାର ଦ୍ୱାରା ଚାଲିଥିବା ବିଭିର୍ନ ଉର୍ଣ୍ଣୟମୟ କାର୍ୟ୍ୟର ସମୀକ୍ଷା କରିଛନ୍ତି ।କେନ୍ଦ୍ର ସରକାର ର ୯ ବର୍ଷର ଶାସନ କାଳରେ ରେ ଓଡିଶା କୁ ପ୍ରାଧାନ୍ୟ ଦିଆଯାଇଥିବା ସହ ବିଶେଷ କରି ଦେଶର ୧୬ ଗୋଟି ଗୁରୁତ୍ୱ ପୁର୍ଣ ଯୋଜନା ମଧରେ ଓଡିଶା ସରକାର ୮ ଗୋଟି ଯୋଜନା କାଯ୍ୟକାରୀ କରିଥିବା କହିଥିଲେ । ଗରିବଙ୍କ ପାଇଁ କେନ୍ଦ୍ର ସରକାର ର ଜନ୍ ଧନ୍ ଯୋଜନା ।ଜୀବନ ଜ୍ୟୋତି ଯୋଜନା । ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା ଭୋଳି ବିଭିର୍ନ ଯୋଜନା ଏଠାରେ କାର୍ୟ୍ୟକାରୀ ହୋଇଥିବା କହିଥିଲେ ।ରାୟଗଡା ରେ ନିର୍ମିତ ନୃତନ ରେଳ ଷ୍ଟେସନ କାର୍ୟ୍ୟଗତି ଦେଖି ପ୍ରଶଂସା କରିବା ସହ ରେଳ ଭିତିଭୂମି ବିକାଶ କ୍ଷେତ୍ରରେ ଅଭିଭକ୍ତ କୋରାପୁଟ ଜିଲ୍ଲା କୁ ବିଶେଷ ଗୁରୁତ୍ୱ ଦିଆଯାଇଥିବା କହିଥିଲେ ।ରାୟଗଡା ରେଳ ଷ୍ଟେସନ କୁ ଡିଭିଜନ ମାନ୍ୟତା ଦେବା ସହ ରାୟଗଡା ,ଜୟପୁର ,କୋରାପୁଟ , ଡାମୁନଯୋଡି ରେଳଷ୍ଟେସନ କୁ ବିଶ୍ୱସ୍ତରୀୟ କରାଯିବା କୁ ଯୋଜନା ରହିଥିବା କହିଥିଲେ ।

 

ରେଳ ଭିତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ୧୪୦ କୋଟି ଅନୁଦାନ ପ୍ରଦାନ କରିଥିବା କହିଥିଲେ ।ଶିକ୍ଷା ର ବିକାଶ ପାଇଁ ଆଉ ୯ ଗୋଟି ଏକଲବ୍ୟ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଥିବା ସୂଚନା ଦେଇଥିଲେ ।ଜିଲ୍ଲା ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ୧୨୦୦ କୋଟି ଟଙ୍କା ଅନୁଦାନ ହର୍ ଘର୍ ନଲ୍ ଯୋଜନା ରେ ଦିଆଯାଇଥିବା କହିଥିଲେ ।ଏହି ଗସ୍ତରେ ମୁନିଗୁଡା ସୁଭଦ୍ରା ଉଦ୍ଧବ ଶୌଣ୍ଡିକ ମଙ୍ଗଳ ଭବନ ଠାରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମାବେଶ ରେ ଯୋଗଦେଇ କେନ୍ଦ୍ର ସରକାର ଙ୍କ ଜନ ଉପକାରୀ ଯୋଜନା ଓ ମୋଦି ଜି ଙ୍କ ନେତୃତ୍ୱ ରେ ଦେଶର ବିକାଶ ଓ ଗରିବ କଲ୍ୟାଣ ଯୋଜନା ମାନଙ୍କ ବିଷୟ ରେ ଉଦ୍ଭୋଧନ ଦେଇଥିଲେ ।ପରେ ମୁନିଗୁଡା ଅଞ୍ଚଳର ବିଦ୍ୟାଳୟ ଗୁଡିକର ବାର୍ଷିକ ପରୀକ୍ଷ।ରେ ଟପ୍ପର ବିଦ୍ୟାର୍ଥୀ ମାନଙ୍କୁ ।୧୦ ଜଣ ବୁଦ୍ଧିଜୀବୀ ୫ ଜଣ ସାମ୍ବାଦିକ ଓ ୮ ଜଣ ସଫଳ ବ୍ୟବସାୟୀ ଙ୍କୁ ସମ୍ମାନିତ କରିଥିଲେ ।ତାଙ୍କର ଏହି ଗସ୍ତ ସମୟରେ ଜିଲ୍ଲା ସଭାପତି ଶିବ ପଟନାୟକ ।ସାଧାରଣ ସମ୍ପାଦକ କିଶୋର ପଣ୍ଡା । ଓ.ବି.ସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ବେହେରା ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Related posts

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ଭିତରରେ ହାତୀ

mahabharatanews

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

mahabharatanews

ବଲାଙ୍ଗୀରରେ କୃଷକ ପରିବାରର ଆତ୍ମହତ୍ୟା ଉଦ୍ୟମ, ୨ ମୃତ

mahabharatanews