ଭାରତ

ମଣ୍ଡିରୁ କଙ୍ଗନା, ମିରଟରୁ ଗୋଭିଲ

(ଦିଲ୍ଲୀ)  : ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ଦଳକୁ ନବାଗତ, ବଲିଉଡ ସେଲିବ୍ରିଟି, ସମେତ ବହୁ ଜଣାଶୁଣା ଚେହେରାଙ୍କୁ ସ୍ଥାନ ମିଳିଛି । ବଲିଉଡ୍ ଅଭିନେତ୍ରୀ ‘କୁଇନ’କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ ପାଇଁ ଖ୍ୟାତି ଅର୍ଜନ କରିଥିବା ଅରୁଣ ଗୋଭିଲଙ୍କୁ ମିରଟରୁ ପ୍ରାର୍ଥୀ କରିଛି ବିଜେପି।

ସୂଚନାନୁଯାୟୀ , ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଭିକେ ସିଂହ, ପୂର୍ବତନ କେନ୍ଦ୍ରମନତ୍ରୀ ଅନନ୍ତ ହେଗଡେ, ସାଂସଦ ବରୁଣ ଗାନ୍ଧୀଙ୍କୁ ତାଲିକାରୁ ବାଦ ଦିଆଯାଇଛି । ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମିଜୋରାମ, ରାଜସ୍ଥାନ, ସିକ୍କିମ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ବିଭିନ୍ନ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।

 

Related posts

ଖୁବଶୀଘ୍ର ବାହାରିବେ ୪୧ ଶ୍ରମିକ , ଆମ୍ବୁଲାନ୍ସ  ନିୟୋଜିତ 

mahabharatanews

ଲୁ ପ୍ରଭାବ; ରାଜସ୍ଥାନରେ ୬ ମୃତ

mahabharatanews

ଚନ୍ଦ୍ରାଯାନ-୩ର ଉଡାଣ ପାଇଁ କାଉଣ୍ଟଡାଉନ ଆରମ୍ଭ

mahabharatanews