Uncategorized

ବିଜେପିର ୪୦ତମ ସ୍ଥାପନା ଦିବସ

(ଶୁଭସ୍ମିତା ଦାଶ): ବର୍ତ୍ତମାନ ପୁରା ବିଶ୍ୱ କଠିନ ସମୟ ଦେଇ ଗତି କରୁଛି । ଏବେ ସମଗ୍ର ମାନବ ଜାତି ଉପରେ ସଙ୍କଟ ଆସିଛି । ବିଜେପି ଦଳ ଅନେକ ତ୍ୟାଗ ଓ ବଳିଦାନ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆମକୁ ସଂଗଠନ, ସମର୍ପଣ ଓ ସେବାର ମନ୍ତ୍ର ମିଳିଛି ବୋଲି ବିଜେପିର ୪୦ତମ ସ୍ଥାପନା ଦିବସରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ କରୋନା ସହ ଲଢ଼େଇରେ ବିଶ୍ୱ ଆଗରେ ଭାରତ ଉଦାହରଣ ସୃଷ୍ଟି କରିଛି । ଆମେ ରାଜ୍ୟ ସରକାରଙ୍କ ସହ ମିଶି କରୋନା ସହ ଲଢ଼େଇ କରୁଛୁ ବୋଲି ମୋଦି କହିଛନ୍ତି । କରୋନା ସହ ଲଢ଼େଇରେ ଡ଼ବ୍ଲୁଏଚଓ ମଧ୍ୟ ଆମ ଦେଶର ପ୍ରଶଂସା କରିଛି । ଗତକାଲି ରାତିରେ ଦେଶର ବିରାଟ ରୂପର ଦର୍ଶନ ମିଳିଥିଲା । ବିଜେପି କାର୍ୟ୍ୟକର୍ତ୍ତାଙ୍କ ଉପରେ ଦେଶ ଓ ମାନବ ସେବାର ଦାୟିତ୍ୱ ରହିଛି । ଆମ ପାଇଁ ଦେଶ ଦଳଠାରୁ ଉଦ୍ଧ୍ୱର୍ରେ ବୋଲି ମୋଦି କହିଛନ୍ତି ।

Related posts

ଢିଙ୍କିଆ ପାଟଣାରେ ଜିନ୍ଦଲ କମ୍ପାନୀ ବିରୋଧରେ ସମାବେଶ

mahabharatanews

୩୧ ଯାଏ ଅହମ୍ମଦାବାଦରେ ପାନ ଦୋକାନ ବନ୍ଦ

mahabharatanews

ସ୍ବାଧୀନତା ଦିବସରେ ଖାଲିସ୍ତାନୀ ସମର୍ଥକ ଲାଲକିଲ୍ଲାରେ ପ୍ରବେଶ କରିପାରନ୍ତି

mahabharatanews