ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଡାକ୍ତର ଓ ବିଶେଷଜ୍ଞ ସେମାନଙ୍କ ଅନୁସନ୍ଧାନ ଜାରି ରଖିଛନ୍ତି । ଏହି ଅନୁସନ୍ଧାନ ବେଳେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । କୋଭିଡ୍ ଥିଙ୍କ୍ ଟେକର ସଦସ୍ୟ ଏବଂ ଲକ୍ଷ୍ନୌର କେଜିଏମୟୁ ହସ୍ପିଟାଲର ପଲମୋନରୀ ଆଣ୍ଡ୍ କ୍ରିଟିକାଲ କେୟାର ମେଡିସିନିର ବିଭାଗ ଅଧ୍ୟକ୍ଷ ଡାକ୍ତର ବେଦ ପ୍ରକାଶ କହିଛନ୍ତି କରୋନରେ ହେଉଥିବା ମୃତ୍ୟୁର ଅନ୍ୟ ଏକ କାରଣ ହେଊଛି ରୋଗୀଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିଯିବାରୁ ରୋଗୀଙ୍କ ମୃତ୍ୟୁ ହୁଏ । କରୋନା ଭାଇରସ୍ କାରଣରୁ ଫୁସଫୁସ ଶିରାରେ ରକ୍ତ ଜମାଟ ହେଉଛି । ରକ୍ତ ଜମାଟ କାରଣରୁ ଅକ୍ସିଜେନ୍ ଚଳପ୍ରଚଳର ସବୁ ରାସ୍ତା ବନ୍ଦ ହୋଇ । ରୋଗୀଙ୍କର ହଠାତ୍ ମୃତ୍ୟୁ ହୁଏ ।
ଡାକ୍ତରଙ୍କ ଅନୁଯାୟୀ, ଅନ୍ୟ ଭୂତାଣୁ ତୁଳନାରେ କରୋନା ଭୂତାଣୁ ସଂକ୍ରମଣରେ ଅଧିକ ମାତ୍ରାରେ ରକ୍ତ ଜମାଟ ବାନ୍ଧିଥାଏ । କରୋନା ଭୂତାଣୁରେ ରକ୍ତ ଜମାଟ ବାନ୍ଧିବାର କାରଣ ଉପରେ ରିସର୍ଚ୍ଚ ଜାରି ରହିଛି । କୋଭିଡ-୧୯ ପଜିଟିଭ ମାମଲାରେ ରକ୍ତ ଜମାଟ ବାନ୍ଧିବାର ଯାଞ୍ଚ କରିବା ପାଇଁ ଆମେ ଡି ଡାଇମର୍ସ ପରୀକ୍ଷା କରୁଛୁ । ଯଦି ଡି ଡାଇମର୍ସର ସ୍ତର ବୃଦ୍ଧି ପାଇଛି, ତେବେ ଆମେ ଏହାର ଚିକିତ୍ସା ପାଇଁ ଟ୍ରିଟମେଣ୍ଟ ପ୍ରୋଟୋକଲ୍ ଗ୍ରହଣ କରୁ । ଜମାଟ ବାନ୍ଧିବା ପାଇଁ, ଆମେ ରୋଗୀଙ୍କୁ ରକ୍ତ ପତଳା ଦେଇଥାଉ ।
