ଓଡିଶା

ଫୁଡ୍ ଷ୍ଟଲ ଉପରେ ବିଏମ୍ସି କରିବ ଚଢାଉ

ଭୁବନଶ୍ୱେର :ଭୁବନଶ୍ୱେରକୁ ସବୁଜ ଓ ସୁସ୍ଥ ପରିବେଶ କରିବା ଟାର୍ଗେଟରେ ବିଏମ୍ସି । ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍ସି । ରାସ୍ତା କଡରେ ଅଳିଆ ଆବର୍ଜନା ଜମା ହେବା ହେତୁ ବହୁ କିଛି ସମସ୍ୟା ଉପୁଜୁଛି । ଟ୍ରାଫିକରେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି ବାଇକ ଆରୋହୀ । ଏମିତିକି ସହରର ସୈ÷ନ୍ଦ୍ରର୍ଯ୍ୟକରଣ ଧୀରେ ଧୀରେ ନଷ୍ଟ ହୋଇଗଲାଣି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଏମ୍ସି । ଏ ନେଇ ବିଏମ୍ସି କଠୋର ନିଷ୍ପତି ଗ୍ରହଣ କରିଛି । ରୋଡ୍ ସାଇଡ୍ ଓ ଡ୍ରେନ କଡରେ ଆଉ ବିକ୍ରି କରିପାରିବେନି ଖାଦ୍ୟ ସାମଗ୍ରୀ । ‘ନୋ ଭେଣ୍ଡିଂ ଜୋନ୍ ‘ ଚିହ୍ନଟ ହୋଇଥିବା ସ୍ଥାନରେ ବୁଲାବିକାଳି ଆଉ ଖାଦ୍ୟ ସାମଗ୍ରୀ ବିକି ପାରିବେ ନାହିଁ । ଏକ ନିଦ୍ଧିଷ୍ଟ ତଥା ସୁସ୍ଥ ପରିବେଶରେ ଖାଦ୍ୟ ବିକ୍ରି କରିବାକୁ ଆଜି ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଖାଦ୍ୟ ବିକ୍ରି କରିବେ ଯଦି ସେଠି ର୍ପାକିଙ୍ଗି ପାଇଁ ସୁବିଧା ନଥିବ ସେଠାରେ ଖାଇବାକୁ ଦେଇପାରିବେନି । କେବଳ ପାର୍ସଲ ଦେବେ ଆଉ ଯଦି ରାସ୍ତା କଡରେ ଗାଡି ର୍ପାକିଙ୍ଗି କରନ୍ତି ଗାଡି ଲାଇସେନ୍ସକୁ ରଦ୍ଦ କରାଯିବ । ଆବଶ୍ୟକ ପଡିଲେ ଦୋକାନକୁ ବି ସିଲ କରିଦିଆଯିବ । ନିୟମ ଉଲଙ୍ଘନ କଲେ ଦୋକାନର ଟ୍ରେଡେ୍ ଲାଇସେନ୍ସକୁ ବାତିଲ କରିଦିଆଯିବ ।

ସାର୍ବଜନୀନ ସ୍ଥାନ, ରୋଡ ସାଇଡି ବ୍ୟତୀତ ଆଉ ଯେଉଁଠି ଦୋକାନ ଖୋଲିବେ ସେଠାରେ ଯଥେଷ୍ଟ ପରିମାଣର ର୍ପାକିଙ୍ଗି ବ୍ୟବସ୍ଥା, ସୁସ୍ଥ ପରିବେଶରେ ଖାଦ୍ୟ ପରିବେଷଣ କରିବେ । ଏଥି ସହ ଖାଦ୍ୟ ରାନ୍ଧୁଥିବା ଏବଂ ପରସୁଥିବା ତଥା ସଂସ୍ଥାର ସମସ୍ତ କର୍ମଚାରୀ ସଫାସୁତୁରା ରହିବା ସହ ଆବଶ୍ୟକ ସାମଗ୍ରୀ ହ୍ୟାଣ୍ଡ ଗ୍ଲୋବ,ଆପ୍ରୋନ,ମାସ୍କ ଓ ସଫାସୁତୁରା ପୋଷାକ ପରିଧାନ କରିବେ । ନିଜ ଦୋକାନର ୫ ମିଟର ପର୍ଯ୍ୟନ୍ତ ସଫା ସୁତୁରା ରଖିବେ । ଯଥେଷ୍ଟ ମାତ୍ରାର ଡଷ୍ଟବିନ ବ୍ୟବହାର କରି ଅଳିଆକୁ ଉକ୍ତ ସ୍ଥାନରୁ ହଟେଇବେ । ଖାଦ୍ୟ ନିରାପତ୍ତା ନିୟମ ନମାନିଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତାକାଲି ଠାରୁ ସହରର ବିଭିନ୍ନ ଦୋକାନରେ ସ୍ୱତନ୍ତ୍ର ଚିମ୍ ଚଢାଉ କରିବେ । ସହରକୁ ସ୍ୱଚ୍ଛ ରଖିବା ପାଇଁ ବିଭିନ୍ନ ବ୍ୟବସାୟୀ ସଂଗଠନମାନେ ସହଯୋଗର ହାତ ବଢାଇବା ନେଇ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି

Related posts

୨୮ରେ ଯୁକ୍ତ୨ ପରୀକ୍ଷା ଫଳ

mahabharatanews

୬୫ ବର୍ଷ ବୟସରେ ହୃଦଘାତରେ ବରିଷ୍ଠ ସାମ୍ବାଦିକ ବନମାଳୀ ବାରିକଙ୍କ ପରଲୋକ

mahabharatanews

ସରିଲା ହେରାପଞ୍ଚମୀ ନୀତି, ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

mahabharatanews