ଓଡିଶା

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଦ୍ରକ: ଜଣେ ନିଖୋଜ ଯୁବକର ମୃତଦେହକୁ ସାଳନ୍ଧୀ ନଦୀରୁ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପାରିପାଶ୍ୱିକ ପରିସ୍ଥିତିରୁ ଜଣାପଡିଛି। କାରଣ ମୃତ ଯୁବକଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଜଣାପଡିଛି। ଘଟଣାସ୍ଥଳରୁ ଏକ ଲୁହା ରଡ ଉଦ୍ଧାର କରାଯାଇଛି। ଏହାଛଡା ସମ୍ପୃକ୍ତ ସ୍ଥାନରେ ମଦ ବୋତଲ ସମେତ ଗୁଟକା ଜରି ଦେଖବାକୁ ମିଳିଛି। ତେବେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ପୁରୁଣା ବଜାର ସ୍ଥିତ ଧନାଡୋଲା ପାତ୍ର ସାହିର ପ୍ରକାଶ ବେହେରା ନାମକ ଯୁବକ ନିଖୋଜ ଥିଲେ। ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ପ୍ରକାଶଙ୍କର କୌଣସି ସୁରାକ ମିଳିନଥିଲା। ପ୍ରକାଶଙ୍କ ମୃତଦେହକୁ ନୂଆସାହି ଅଞ୍ଚଳର ପ୍ରବାହିତ ସାଳନ୍ଦୀ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ପ୍ରକାଶଙ୍କ ଶରୀରରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହା ସୁନିୟୋଜିତ ହତ୍ୟା ନା ନା ପ୍ରକାଶ ନିଜେ ଆତ୍ମହତ୍ୟା କରିଛନ୍ତି ସେ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ତେବେ ପୁଲିସ ଉପଯୁକ୍ତ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Related posts

ଏହି ସବୁ ସ୍ଥାନରେ ମନ୍ତ୍ରୀ କଲେ ପତାକା ଉତ୍ତୋଳନ

mahabharatanews

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଉତ୍ସବ

mahabharatanews

୨୪ ଘଣ୍ଟାରେ ଘନ କୁହୁଡ଼ି ସମ୍ଭାବନା

mahabharatanews