ଓଡିଶା

ନର୍ସିଂହୋମ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ମା ଛେଉଣ୍ଡ ହେଲା ନବଜାତକ, ପରିବାର ଲୋକଙ୍କ କ୍ଷତିପୁରଣ ଦାବି

(ମଧୁସୂଦନ ବହିଦାର/ବଲାଙ୍ଗୀର): ଆଜି ବଲାଙ୍ଗୀର ସହର ସ୍ଥିତ ସମଲେଶ୍ୱରୀ ନର୍ସିଂହୋମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ଘରୋଇ ନର୍ସିଂହୋମର ଡାକ୍ତର ଓ କର୍ମଚାରୀଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ଏକ ନବଜାତ ଶିଶୁପୁତ୍ରକୁ ମା ଛେଉଣ୍ଡ ହେବାକୁ ପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ କ୍ଷତିପୂରଣ ବାବଦ ୫୦ ଲକ୍ଷ ଟଙ୍କା ସାଙ୍ଗକୁ ଚିକିତ୍ସା ଦାୟୀତ୍ୱରେ ଥିବା ଡାକ୍ତରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ସୂଚନା ମୁତାବକ, ଗତ ଶୁକ୍ରବାର ଦିନ ବଲାଙ୍ଗୀର ଜ଼ିଲ୍ଲା ସଇଁନ୍ତଳା ଥାନା ଅନ୍ତର୍ଗତ ନୂଆଁବନ୍ଦ ଗାଁର ଅଞ୍ଜୁ ବାଗ ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ ପାଇଁ କରୋନା ଭୟରେ ଏକ ଘରୋଇ ନର୍ସିଂହୋମକୁ ଅଣାଯାଇଥିଲା । ସେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାରୁ ତାଙ୍କର ନର୍ମାଲ ଡେଲିଭରି ହେବ ବୋଲି ଡାକ୍ତର କହିଥିଲେ । କିନ୍ତୁ କିଛି ସମୟ ପରେ ଅସ୍ତ୍ରୋପଚାର ବାବଦ ଟଙ୍କା ପଇଠ କରିବାକୁ କହିଥିଲେ । ପରିବାର ଲୋକେ ତାହା ମଧ୍ୟ କରିଥିଲେ ଏବଂ ପରେ ଗର୍ଭବତୀ ଜଣକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । କିନ୍ତୁ ଦୀର୍ଘ ସମୟ ଧରି ଅସ୍ତ୍ରୋପଚାର ଗୃହରୁ ମହିଳା ଓ ନବଜାତ ଶିଶୁକୁ ବାହାର କରି ନ ଥିଲେ ନର୍ସିଂହୋମ କର୍ମଚାରୀ । ତେବେ ପରିବାର ଲୋକେ ବ୍ୟସ୍ତ ହୋଇ ପଚାରିବାରୁ ମାଁ ଓ ଶିଶୁ ଦୁହେଁ ଭଲ ଅଛନ୍ତି ବୋଲି କହିଥିଲେ । ଶେଷରେ ମାଆର ଦେହ ଗୁରୁତର ଅଛି ଓ ତାଙ୍କୁ ବୁର୍ଲା ନେବାକୁ ପଡିବ ବୋଲି ଡ଼ାକ୍ତର ଜଣକ କହିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ବୁର୍ଲାରେ ଥିବା ସମଲେଇଶ୍ୱରୀ ନର୍ସିଂ ହୋମକୁ ନେଇଥିଲେ ଓ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ତେବେ ମୃତ୍ୟୁର କାରଣ ନର୍ସିଂହୋମ କର୍ତ୍ତୃପକ୍ଷ ସ୍ପଷ୍ଟ କରି ନ ଥିବା ବେଳେ ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ତ୍ରୁଟି ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ବର୍ଗ ଅଭିଯୋଗ ଆଣିଛନ୍ତି । ଶିଶୁ ପୁତ୍ରକୁ ଜନ୍ମ ଦେଇ ମହିଳାଙ୍କ ଚେତା ଫେରିବା ପରେ ସେ ପ୍ରଥମେ ତାଙ୍କ ଭଉଣୀଙ୍କୁ ଦେଖା କରିଥିଲେ ଓ ତାଙ୍କୁ ଅଯଥାରେ ଅସ୍ତ୍ରୋପଚାର କରାଯାଇଥିବା କଥା କହିଥିଲେ । ତେବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ସାଧାରଣ ଲୋକଙ୍କ ଜୀବନ ସହ ନର୍ସିଂହୋମ ଡାକ୍ତର ଓ କର୍ମଚାରୀମାନେ ଖେଳ ଖେଳୁଥିବା ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯିବା ସହ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ବାବଦ ୫୦ ଲକ୍ଷ ଟଙ୍କା ଦେବା ସହ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏନେଇ ଜ଼ିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ, ଉକ୍ତ ଘଟଣା ସମ୍ପର୍କିତ କୌଣସି ଅଭିଯୋଗ ଏଯାଏ ଆସିନାହିଁ । ଯଦି ଆସେ ତେବେ ନିଶ୍ଚିତ ଭାବରେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Related posts

କେଦାରନାଥରେ ବାଦଲଫଟା ବର୍ଷା: ଫସିଛନ୍ତି ୪ ଓଡ଼ିଆ

mahabharatanews

କାଳ ହେଉଛି ଅଲିଭା କାଳୀ, ଓଡ଼ିଶା ଫେରନ୍ତା ପ୍ରବାସୀଙ୍କୁ ସ୍କିନ୍ ଡିଜିଜ

mahabharatanews

ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ଓ ଛାତ୍ରୀ ମାନଙ୍କୁ ମାଡ ମାରିବା ଅଭିଜୋଗ

mahabharatanews