ଭାରତ

ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ , ୧୫ ଆହତ

ଛତିଶଗଡ: ଛତିଶଗଡର ନାରାୟଣପୁରରେ ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବିଏସଏଫ ଯବାନମାନେ ୪୦୭ ମାଟାଡୋରରେ ଯାଉଥିଲେ । ଏହି ସମୟରେ ଗାଡି ଭାରସାମ୍ୟା ହରାଇ ଓଲଟି ପଡିଥିଲା । ଏଥିରେ ୧୫ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ତ ଗୁରୁତର ଥିବା କୁହାଯାଉଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ନିଆଯାଇଛି । ଏହି ଦୁର୍ଘଟଣା ଅନ୍ତାଗଡ – ନାରାୟଣପୁର ରାସ୍ତାର କୁମହାରୀ ଗାଁ ନିକଟରେ ଘଟିଛି ।

Related posts

‘ଦିଲ୍ଲୀ ହସ୍ପିଟାଲ୍‌ରେ ଅଚାନକ ଅଗ୍ନିକାଣ୍ଡ; ୨୦ ଶିଶୁ ସୁରକ୍ଷିତ

mahabharatanews

୧୩ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩

mahabharatanews

ଆଜି ଛତିଶଗଡ଼଼ ବିଧାନସଭା ନିର୍ବାଚନ

mahabharatanews