ଭାରତ

ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ , ୧୫ ଆହତ

ଛତିଶଗଡ: ଛତିଶଗଡର ନାରାୟଣପୁରରେ ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବିଏସଏଫ ଯବାନମାନେ ୪୦୭ ମାଟାଡୋରରେ ଯାଉଥିଲେ । ଏହି ସମୟରେ ଗାଡି ଭାରସାମ୍ୟା ହରାଇ ଓଲଟି ପଡିଥିଲା । ଏଥିରେ ୧୫ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ତ ଗୁରୁତର ଥିବା କୁହାଯାଉଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ନିଆଯାଇଛି । ଏହି ଦୁର୍ଘଟଣା ଅନ୍ତାଗଡ – ନାରାୟଣପୁର ରାସ୍ତାର କୁମହାରୀ ଗାଁ ନିକଟରେ ଘଟିଛି ।

Related posts

ଜଷ୍ଟିସ ଏସ୍‌ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା

mahabharatanews

ଆଜି ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମ ଜୟନ୍ତୀ

mahabharatanews

ପଶ୍ଚିମବଙ୍ଗରେ ପହଞ୍ଚିବ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

mahabharatanews