ଭାରତ

ଥମୁନି ମଣିପୁର ହିଂସା : ଜୁନ୍‌ ୧୦ ଯାଏଁ ଇଣ୍ଟରନେଟ୍ ବନ୍ଦ

(ମଣିପୁର) : ମଣିପୁର ହିଂସା ଥମିବାର ନା ଧରୁନି । ଏହାରିମଧ୍ୟରେ ବିଦ୍ରୋହୀ ଦଳ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହେବା ପରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଦୁଇ ଜଣ ଆସାମ ରାଇଫଲ୍‌ର କର୍ମୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସର୍ଚ ଅପରେସନ ଜାରି ରହିଛି।

 

ସୂଚନାନୁଯାୟୀ ,ହିଂସା ପ୍ରଭାବିତ ମଣିପୁରରେ ଆଇନ୍‌ ଶୃଙ୍ଖଳା ନୀତି ବଜାୟ ରଖିବା ପାଇଁ ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ନିଷିଧାଦେଶକୁ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟ ସରକାର ପ୍ରାୟ ୧୦ ହଜର ସେନା ଯବାନ ଏବଂ ଆସାମ ରାଇଫଲ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି।

Related posts

 କ୍ଷମା ମାଗିଲେ ଯୋଗ ଗୁରୁ

mahabharatanews

ଆସାମ ବାତ୍ୟା : ଏବେ ବି ପାଣି ଘେରରେ  ୪ ଲକ୍ଷରୁ ଅଧିକ ଲୋକେ 

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୨୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews