ଓଡିଶାରାଜନୀତି

ବଜେଟରେ ବଡ ଘୋଷଣା: ଭତ୍ତା ହେଲା ୩,୫୦୦

ଭୁବନେଶ୍ବର: ବଜେଟରେ ବଡ ଘୋଷଣା କରିଛନ୍ତି ମୋହନ ସରକାର । ବଜେଟରେ ଭତ୍ତାର ପରିଣାକୁ ବୃଦ୍ଧି କରାଯାଇଛି । ବଜେଟରେ ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦ ପ୍ରତିଶତରୁ କମ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯିବ । ସେହିପରି ବରିଷ୍ଠ ନାଗରିକ, ଭିନ୍ନକ୍ଷମ, କିନ୍ନର, ଓ ଭିକ୍ଷୁକଙ୍କ ସମେତ ଦୁର୍ବଳ ଗୋଷ୍ଠୀମାନଙ୍କ ଆବାସିକା ସହାୟତାର ଗୁଣାବତ୍ତାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ସହର ମହକୁମାରେ ସମନ୍ୱିତ ଭିତ୍ତିଭୂମି କମ୍ପେ୍ଲକ୍ସ ପ୍ରତିଷ୍ଠା ଓ ବୃଦ୍ଧାଶ୍ରମର ରକ୍ଷଣାବେକ୍ଷଣା ପାଇଁ ୧ ଶହ କୋଟି ଟଙ୍କାର ଅଟକଳ ରହିଛି । ଏହାସହ ଭିନ୍ନକ୍ଷମ କଲ୍ୟାଣ ପାଇଂ ୩ ଶହ ୨କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ସରକାରୀ ପ୍ରତିଷ୍ଠାନ ଓ ଭିତ୍ତିଭୂମିକୁ ସେମାନଙ୍କ ଯାତାୟତ ଅନୁକୂଳ କରାଇବା ପାଇଁ ୧୦ କୋଟି ଟଙ୍କା ବ୍ୟବରାଦର ପ୍ରସ୍ତାବ ରହିଛି ।

Related posts

ପ୍ରବଳ ବର୍ଷା ସମ୍ଭାବନା; ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ

mahabharatanews

କଣିହାଁ ପୁଲିସ୍ ପୃଥକ ପୃଥକ ମାମଲାରେ ୪ ଜଣ ଅଭିଯୁକ୍ତ କୋର୍ଟ ଚାଲଣ

mahabharatanews

ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

mahabharatanews