ଓଡିଶା

 ରାସ୍ତା ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍

(ଗଜପତି)  : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଶୁକ୍ରବାର ବିଳମ୍ବିତ ରାତି ରେ ମୋହନା ଥାନା ହିକିରିକୁପା ଗ୍ରାମ ନିକଟରେ RB କୋଚ୍ ନାମକ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି l ପ୍ରାୟ ୩୫  ଯାତ୍ରୀଙ୍କୁ ଧରି ଆର.ବି. କୋଚ୍ ନାମକ ଘରୋଇ ବସ୍‌ ଗତ ରାତିରେ ବ୍ରହ୍ମପୁରଠାରୁ ଇନ୍ଦ୍ରାବତି ଯାଉଥିଲା ।

ସୂଚନାନୁଯାୟୀ , ହିକିରିକୁପା ଗାଁ ନିକଟସ୍ଥ ବୁଲାଣିଆ ରାସ୍ତାରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସ୍‌ଟି ରାସ୍ତାର ବାମ ପଟ ତଳକୁ ଖସିଯାଇଥିଲା । ପାର୍ଥକ୍ୟକୁ ସ୍ପଟ୍ କରନ୍ତୁ: ୩୦ ସେକେଣ୍ଡରେ ୦୩ଟି ପାର୍ଥକ୍ୟ ଚିହ୍ନନ୍ତୁ ଖବର ପାଇ ମୋହନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି । ଯାତ୍ରୀମାନଙ୍କୁ ଅନ୍ୟ ବସ୍‌ ଯୋଗେ ନିଜ ନିଜ ଗନ୍ତ୍ୟବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ବେଳେ କେହି ମୃତାହତ ହୋଇ ନ ଥିବା ବସ୍ ଡ଼୍ରାଇଭର କହିଛନ୍ତି ।

Related posts

କୋକସରାରେ କୋରୋନା ସଚେତନତା ସଭା

mahabharatanews

ବୁର୍ଲା ବଡ଼ ଡାକ୍ତରଖାନାରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ

mahabharatanews

୫ଟି  ଟିଚିଂ ହସ୍‌ପିଟାଲ ଉଦଘାଟିତ

mahabharatanews