ଓଡିଶା

ଦିନ ୨ଟା୩୦ ସୁଦ୍ଧା ବାଲେଶ୍ବରରେ ୪୬ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । କଲବଲ ହେଉଛି ଜନ ଜୀବନ । ସକାଳୁ ସକାଳୁ ଅସମ୍ଭାଳ ଖରା । ବାହରକୁ ବାହାରିଲେ ମନେ ହାତ ଗୋଟ ପୋଡିଗଲା ଭଳି ଅନୁ ଭବ ହେଉଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ତେବେ ଆଜି ଦିନ ୨ଟା ୩୦ ସୁଦ୍ଧା ବାଲେଶ୍ବର ରେ ୪୬ ଡିଗ୍ରୀ ଛୁଇଁଲା ତାତି । ବାଲେଶ୍ବରରେ ରେକର୍ଡ ହୋଇଥିବା ୪୬ ଡିଗ୍ରୀ ହେଉଛି ଅପ୍ରେଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରା । ଏହା ପୂର୍ବପୂ ରୁ ୨୦ ଅପ୍ରେଲ ୨୦୧୦ରେ ୪୫ ଡିଗ୍ରୀ ରେକର୍ଡ ହୋଇଥିଲା । ରାଜଧାନୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡିଗ୍ରୀ ଅତିକ୍ରମ କଲା ତାତି । ଭୁବନେଶ୍ବର ରେ ୪୫.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ବାଲେଶ୍ୱର ୪୪.୧ ଡ଼ିଗ୍ରୀ, ଭୁବନେଶ୍ୱର ୪୩.୬ ଡ଼ିଗ୍ରୀ, ଝାରସୁଗୁସୁଡା ୪୨.୫ ଡ଼ିଗ୍ରୀ, କେନ୍ଦୁଝର ୪୧.୪ ଡ଼ିଗ୍ରୀ, ଚାନ୍ଦବାଲି ୪୧.୨ ଡ଼ିଗ୍ରୀ, ରାଉରକେଲା ୪୦.୪ ଡ଼ିଗ୍ରୀ, ହୀରା କୁଦ ୩୯.୯ ଡ଼ିଗ୍ରୀ, ସମ୍ବଲପୁର ୩୯.୮ ଡ଼ିଗ୍ରୀ, ପୁରୀ ୩୪.୪ ଡ଼ିଗ୍ରୀ, ପାରାଦୀପ ୩୩.୬ ଡ଼ିଗ୍ରୀ, ଗୋପାଳପୁର ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

Related posts

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ

mahabharatanews

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ 

mahabharatanews

ଜୟା ଓ ଐଶ୍ୱର୍ଯ୍ୟାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

mahabharatanews