ଓଡିଶା

ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ

(କଲାହାଣ୍ଡି, ଗୋଲାପ ସାହୁ): ଚୀନରୁ ବ୍ୟାପିଥିବା କୋରଣା ଭାଇରସ ବିଶ୍ୱରେ ମହାମାରୀର ରୂପ ନେଲାଣି।ଭାରତରେ ଏହା ୧୩୯୭ଶହ ଲୋକଙ୍କୁ ଆକ୍ରାନ୍ତ କରିଥିବା ବେଳେ ୩୫ଟି ଜୀବନ ନେଲେଣି।ଓଡ଼ିଶାରେ ୪୭୩ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷଣ କରାଯାଇଥିବା ବେଳେ ୫ୂ ଜଣଙ୍କ ପୋଜେଟିଭ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ୨୧ ଦିନ ଲକଡାଉନ ଅଛି। କିନ୍ତୁ କଳାହାଣ୍ଡି ଜିଲ୍ଲା ଓ ପୋଡ଼ଶୀ ଜିଲ୍ଲା ନବରଙ୍ଗପୁର ଜିଲ୍ଲା ବଣ, ପାହାଡ଼ ନିଘଞ୍ଚ ଅଞ୍ଚଳରେ ପୋଡ଼ଶୀ ରାଜ୍ୟରୁ ଆସିଥିବା ମାଓବାଦୀ ବୁଲୁଥିବାରୁ ତାଙ୍କଠାରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଏଣୁ ଜଙ୍ଗଲକୁ ଲାଗି ରହିଥିବା ଗାଁ ଗୁଡିକରେ ଗ୍ରାମବାସୀମାନେ ମାଓବାଦୀମାନଙ୍କୁ ପଶ୍ରୟ ଦିୟନ୍ତୁନାହିଁ ତଥା ମାଓବାଦୀଙ୍କ ସହ ମିଳାମିଶା ନକରି ତାଙ୍କର କୌଣସି ସଭାସମିତି ଯାଆନ୍ତୁ ନାହିଁ ବୋଲି ଜୟପାଟଣା ଥାନା ଅଞ୍ଚଳରେ ସଚେତନ ନାଗରିକ ମଞ୍ଚ ଅନୁରୋଧ କରିଛି। ଜୟପାଟଣା ଥାନା ଅଞ୍ଚଳରେ ସସ୍ତୁଗୁଡା, ଚାନ୍ଦପୁର, ନଲାଚୁଆ ଭଳି ଅନେକ ସ୍ଥାନରେ ଏହି ମଞ୍ଚ ପୋଷ୍ଟର ମାଧ୍ୟମରେ ମାଓବାଦୀଙ୍କୁ ନିଜର ଜୀବନ ବଞ୍ଚିବାକୁ ପୋଲିସ ଓ ପ୍ରଶାସନ ଆଗରେ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛି। ପ୍ରଶାସନ ତାଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ତାଙ୍କର ସୁରକ୍ଷା ମଧ୍ୟ କରିବେ । କୋରୋନା ଭୁତାଣୁର ପ୍ରତିଷୋଧକ ଟୀକା ଏପର୍ୟ୍ୟନ୍ତ ବହାରିନାହିଁ । ଏହି ରୋଗ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ଉପାୟ । ତେଣୁ ସେମାନଙ୍କୁ ଯଥାଶୀଘ୍ର ନିଜର ଜୀବନ ରକ୍ଷା କରିବା ପାଇଁ ପୋଷ୍ଟର ମାଧ୍ୟମରେ ତାଙ୍କୁ ସଚେତନତା କରାଯାଇଛି।

Related posts

ତାଳଧ୍ୱଜ ରଥର ୧୩ଟି ଚକ ସମ୍ପୂର୍ଣ୍ଣ

mahabharatanews

ରାସ୍ତାକଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

mahabharatanews

ଓଟିଡିସି ପକ୍ଷରୁ ରେଷ୍ଟୁରାଣ୍ଟ  ‘ନିମନ୍ତ୍ରଣ’ ପୁରୀରେ ଲୋକାର୍ପିତ

mahabharatanews