ଖେଳଭାରତ

ଘୁଞ୍ଚିଲା ଭିନେଶଙ୍କ ପଦକ ଶୁଣାଣି

ପ୍ୟାରିସ: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ କୋର୍ଟ ଅଫ ଆର୍ବିଟ୍ରେଶନ ନିକଟରେ କରିଥିବା ଆବେଦନର ଶୁଣାଣୀ ତାରିଖ ପୂନର୍ବାର ଘୁଂଚାଇଛି । ଏବେ ୧୧ ଅଗଷ୍ଟ ରାତି ୯ଟା୩୦ରେ ଏହାର ଶୁଣାଣୀ କରାଯିବ । ୫୦ କିଗ୍ରା ଫ୍ରିଷ୍ଟାଇଲ ରେସଲିଂର ଫାଇନାଲ ପୂର୍ବରୁ ଭିନେଶଙ୍କ ଓଜନ ଆବଶ୍ୟକଠାରୁ ୧୦୦ ଗ୍ରାମ ଅଧିକ ଥିଲା । ଫଳରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଭାରତୀୟ ଅଲିମ୍ପିକ ସଂଘ ଏ ନେଇ କଡା ଆପତି କରିଥିଲା । ଏବେ ସିଏସଏକୁ ଅତି କମରେ ରୌପ୍ୟ ପଦକ ଦେବା ପାଇଁ ଦାବୀ କରାଯାଉଛି ।

ଅଯୋଗ୍ୟ ଘୋଷିତ ହେବା ପରେ ଭିନେଶ ରେସଲିଂରୁ ଅବସର ଘୋଷଣା କରିଥିଲେ । ରାଜ୍ୟଗୋଷ୍ଠୀରୁ ଆରମ୍ଭ କରି ଏସିଆନ ଗେମ୍ସରେ ସେ ପଦକ ଜିତିଛନ୍ତି । ଅଲିମ୍ପିକରେ ସେ ଏ ପର୍ଯ୍ୟନ୍ତ ପଦକ ହାସଲ କରି ନାହାନ୍ତି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ୨୦୧୬ରେ ତାଙ୍କୁ ଅର୍ଜୁନ ପୁରସ୍କାର, ୨୦୨୦ରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପ୍ରଦାନ କରାଯାଇଛି ।

Related posts

ହଟ ଲୁକରେ ଭାଇରଲ ହେଲେ ପଲକ ତିୱାରୀ

mahabharatanews

ମିଆଁମାର ସେନା ବିମାନ ଦୁର୍ଘଟଣାଗ୍ରସ୍ତ 

mahabharatanews

ନୀତିଶଙ୍କ ଅଭିଜ୍ଞତା ନା ତେଜସ୍ୱୀଙ୍କ ଯୁବ ଶକ୍ତି? ଦ୍ୱିତୀୟ ପର୍ଯ୍ୟାୟ ନିର୍ଣ୍ଣୟ କରିବ ଯେ ସିଂହାସନ ପାଇଁ କିଏ ଯୋଗ୍ୟ

mahabharatanews