ଓଡିଶା

୧୫ରୁ ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

(ଭୁବନେଶ୍ୱର) : ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଏନେଇ ଆଜି ସିବିଏସଇ ପକ୍ଷରୁ ଡାଟା ସିଟ୍ ବା ପରୀକ୍ଷା ସୂଚୀ ଜାରି କରାଯାଇଛି । ଏଥର ବୋର୍ଡ ପରୀକ୍ଷା ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ସୂଚନାନୁଯାୟୀ , ଛାତ୍ରମାନେ ଅଫିସିଆଲ୍ ସାଇଟ୍ ପରିଦର୍ଶନ କରି ତାରିଖ ସିଟ୍ ଡାଉନଲୋଡ୍ କରିପାରିବେ । ତେବେ ପ୍ରଥମ ଦିନ ପରୀକ୍ଷା ୨ଟି ସେସନ୍ସରେ କରାଯିବ । ପ୍ରଥମ ପରୀକ୍ଷା ୧୦.୩୦ ରୁ ୧୨.୩୦ ଏବଂ ଦ୍ୱିତୀୟ ସେସନ୍ସ ୧୦.୩୦ରୁ ୧.୩୦ ପର୍ଯ୍ୟନ୍ତ ହେବ । ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ  । ସେହିପରି ୧୦ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ରେ ଶେଷ ହେବା ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ସନୟାମ ଭରଦ୍ୱାଜ ।

Related posts

ନିଜ ଜୀବନକୁ ବାଜି ଲଗାଇ ଦେବଦୂତ ସାଜିଲେ ଯବାନ

mahabharatanews

ଆଉ ୪ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି

mahabharatanews

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

mahabharatanews