ଓଡିଶା

ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ପାଳନ

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ପାଳିତ ହୋଇଯାଇଛି ଜାତୀୟ ସାମ୍ବାଦିକତା ଦିବସ । ସାମ୍ବାଦିକ ଦିବସ ହେଉଛି ଜଣେ ସାମ୍ବାଦିକ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ପ୍ରତିବର୍ଷ ପରି ଚଳିତ ବର୍ଷ  “ଟାଙ୍ଗୀ ସାମ୍ବାଦିକ ସଂଘ” ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ଟାଙ୍ଗୀ ସଦରମହକୁମାର ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ପରିସରରେ ପାଳିତ ହୋଇଯାଇଛି । ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ , ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସମାଜସେବୀ ମୃତ୍ୟୁଞ୍ଜୟ ପ୍ରଧାନ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ ଓ ଟାଙ୍ଗୀ ସାମ୍ବାଦିକ ସଂଘର ଉପଦେଷ୍ଟା ଭାଗିରଥୀ ଛୋଟରାୟ ଯୋଗ ଦେଇଥିଲେ ।

ଟାଙ୍ଗୀ ସାମ୍ବାଦିକ ସଂଘର ସଭାପତି ରବୀନ୍ଦ୍ର କୁମାର ରଣା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂପାଦକ ସନ୍ତୋଷ ଚୈ।ଧୁରୀ ଓ ସହ-ସମ୍ପାଦକ କାହ୍ନୁ ଚରଣ ବେହେରା ଅତିଥି ମାନଙ୍କୁ ସମ୍ବୋଧିତ କରିବା ସହିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଜଣେ ସାମ୍ବାଦିକ କିଭଳି ସଂଘର୍ଷମୟ ଜୀବନଯାପନ କରିଥାଏ ତାହା ବର୍ଣ୍ଣନା କରିବା କଷ୍ଟକର ଏବଂ ଗଣତନ୍ତ୍ର କୁ ରକ୍ଷା କରିବା ପାଇଁ   ସାମ୍ବାଦିକ ମାନଙ୍କର ଭୂମିକା ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଟାଙ୍ଗୀ ସାମ୍ବାଦିକ ସଂଘର ବିଜୟ କୁମାର ବାହୁବଳେନ୍ଦ୍ର , ମହେଶ ନାୟକ , ରମେଶ ଚନ୍ଦ୍ର ନାଇଡୁ ,  ଦେବେଶ ପରିଡ଼ା , ସଂଗ୍ରାମ କେଶରୀ ପଟ୍ଟନାୟକ , ଅଶ୍ୱିନୀ ପରିଡ଼ା , ଉମାକାନ୍ତ ରଣସିଂହ ଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଏବଂ ସମାଜସେବୀ , ବୁଦ୍ଧିଜୀବୀ , ଯୁବଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Related posts

 ଓଡ଼ିଶାରେ ୬୭. ୫୯ ପ୍ରତିଶତ ମତଦାନ

mahabharatanews

ଓଡ଼ିଶା ଆସିବେ ମୋଦୀ

mahabharatanews

ବିଷାକ୍ତ ଗ୍ୟାସ ଲିକ୍, ୮ ଗୁରୁତର

mahabharatanews