(ଦିଲ୍ଲୀ) : ପୁଣି ସପ୍ଟ ଲ୍ୟାଣ୍ଡିଂ କଲା ବିକ୍ରମ । ଚନ୍ଦ୍ରର ଦକ୍ଷିଣ ଭାଗରେ ପହଞ୍ଚିଥିବା ଚନ୍ଦ୍ରଯାନ-୩ କୁ ୧୨ ଦିନ ହେଇ ଗଲାଣି । ଆଉ ଏହାର ପ୍ରଜ୍ଞାନ ରୋଭର ସ୍ଲିପମୋଡକୁ ଚାଲି ଯାଇଛି । ତେବେ ISRO ତଥାପି ଚନ୍ଦ୍ର ଉପରେ ଅନେକ ପ୍ରକାରର ପରୀକ୍ଷଣ କରୁଛି । ସଫ୍ଟ ଲ୍ୟାଣ୍ଡିଂ ସୋମବାର ପୁଣି କରାଯାଇଛି ।
ଏନେଇ ISRO କହିଛି ଯେ ଭବିଷ୍ୟତ ମିଶନ ପାଇଁ ଏହି ପ୍ରକାର ପରୀକ୍ଷଣ କରିବା ଆବଶ୍ୟକ ଥିଲା । ଆରପାରିରେ ଚନ୍ଦ୍ରଯାନ-୩’ ଲଞ୍ଚ୍ ବେଳେ ‘କାଉଣ୍ଟଡାଉନ୍’ କରିଥିବା ବୈଜ୍ଞାନିକ ଭଲରମଥି ISRO ସୋମବାର ଏକ୍ସ (ଟୁଇ) କରିଛି ଯେଉଁଥିରେ ଏହି ସମଗ୍ର ପରୀକ୍ଷଣ ବିଷୟରେ ସୂଚନା ଦିଆଯାଇଛି । ଗତ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୦୪ ମିନିଟରେ ଚନ୍ଦ୍ରରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । ସବୁ ଆଡେ଼ ଖୁସର ମାହୋଲ ଖେଲି ଯାଇଥିଲା । ତିନି ବର୍ଷ ପରେ ପୁଣି ଥରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ ହୋଇଛି ।
