ଭାରତ

ଆସନ୍ତାକାଲି ଲଞ୍ଚ ହେବ  ଚନ୍ଦ୍ରଯାନ-୩

(ଦିଲ୍ଲୀ) ଆସନ୍ତା କଲି ଲଞ୍ଚ ହେବ  ଚନ୍ଦ୍ରଯାନ-୩ ।   ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ଘୋଷଣା କରିଛି । ଆନ୍ଧ୍ରପ୍ରଦେଶର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ନୂତନ ଲଞ୍ଚ ଭେହିକ୍‌ଲ ଏଲ୍‌ଭିଏମ୍‌-୩ ସାହାଯ୍ୟରେ ଏହାକୁ ଉତ୍‌କ୍ଷେପଣ କରାଯିବ। ତେବେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ପାରନ୍ତି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି   ।

ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଏହାକୁ ଉତ୍‌କ୍ଷେପଣ କରାଯିବ। ଜୁଲାଇ ୧୪ରେ ଏହି ଯାନ ତା’ର ଊର୍ଦ୍ଧ୍ବଗତି ଆରମ୍ଭ କରି ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପୂର୍ବରୁ ଗତମାସରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଥିଲେ ଯେ, ଜୁଲାଇ ୧୩ରୁ ୧୯ ଭିତରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯିବ।

 

 

Related posts

ବୀରଭୂମ ହିଂସା: ପୁଣି ଜଣେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା

mahabharatanews

୯୫ ବର୍ଷ ବୟସରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ ହୋଇଛି

mahabharatanews

ଚଳିତ ବର୍ଷ ସ୍ୱାଭାବିକ ରହିବ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବ

mahabharatanews