ଭାରତ

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନ ହିଂସା,ପୁଣି ୩ ମୃତ  

(ପଶିମବଙ୍ଗ) : ନିକଟରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ହିଂସା ଥମିବାର ନାଁ ନେଉନି  । ଭୋଟ ଗଣତି ଚାଲିଥିବା ଓ ତୃଣମୂଳ କଂଗ୍ରେସ ବ୍ୟାପକ ସଂଖ୍ୟାରେ ଜିତୁଥିବା ବେଳେ ବୁଧବାର ସକାଳେ ନିର୍ବାଚନ-ପର ହିଂସାରେ ଅନ୍ୟୂନ ୩ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଜଣେ ପୁଲିସ ଅଫିସର ଆହତ ହୋଇଛନ୍ତି।

ସୂଚନାନୁଯାୟୀ , ଜୁନ୍ ୮ ତାରିଖରେ ନିର୍ବାଚନ ‌ଘୋଷଣା ହେବା ପରଠାରୁ ଅଦ୍ୟାବଧି ନିର୍ବାଚନୀ ହିଂସା-ଜନିତ ମୃତ୍ୟୁସଂଖ୍ୟା ୪୫ରେ ପହଞ୍ଚିଲାଣି।  ଗତ ଶନିବାର ହିଂସାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା। ନିର୍ବାଚନ ଦିନ ଗତ ଶନିବାର ହିଂସାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ଦକ୍ଷିଣ ୨୪ ପ୍ରଗଣ‌ାର ଭାଙ୍ଗୋରଠାରେ ଜଣେ ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ମକସୁଦ ହସନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କୋଲକାତାର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Related posts

ମଣିପୁର ହିଂସାକାଣ୍ଡ : ମୃତ୍ୟୁ ସଂଖ୍ୟା ୫୪ ପାର 

mahabharatanews

ଯବାନ ଗୁଳିରେ ଟଳିଲେ ୬ନକ୍ସଲ

mahabharatanews

ସୁଖୋଇ-୩୦ରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ

mahabharatanews