ପୁରୀ/ଶିଳାସ୍ମିତା ରାୟ: ୨୦୨୦ ରଥଯାତ୍ରା ସୃଷ୍ଟି କରିଛି ଇତିହାସ । ଏହି ରଥଯାତ୍ରା ଥିଲା ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାରଙ୍କ ପାଇଁ ତାଙ୍କ ଦକ୍ଷତାର ପରୀକ୍ଷା । ତେବେ କ୍ରିଷନ କୁମାର ତାଙ୍କ ପରୀକ୍ଷାରେ ସଫଳ ହେବା ସହ ଚଳିତ ରଥଯ।।ତ୍ରାକୁ ଯୁଗଯୁଗ ପାଇଁ ସ୍ମରଣୀୟ କରି ଗଢିତୋଳିଛନ୍ତି । ତେଣୁ ଚଳିତ ବର୍ଷର ତିନି ରଥକୁ ଭଙ୍ଗା ନ ଯାଇ ସୁରକ୍ଷିତ ରଖିବାକୁ ନିଆଯାଇଛି ନିଷ୍ପତ୍ତି । ତିନି ଠାକୁରଙ୍କ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥକୁ ଜଗନ୍ନାଥ ବଲ୍ଲଭ ପରିସରରେ ରଖାଯିବା ଲାଗି ନିଷ୍ପତ୍ତି ହୋଇଛି । କ୍ରିଷନ କୁମାର ଏଥିନେଇ ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କ ସହ ଆଲୋଚନା ଏହି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ତିନି ରଥକୁ ସିଂହଦ୍ୱାରରୁ ଜଗନ୍ନାଥ ବଲ୍ଲଭ ପରିସର ନେବା ପାଇଁ ନିର୍ଦ୍ଦେଶ ହୋଇଛି ।।
ମହାମାରୀ କରୋନା କଟକଣା ପାଇଁ ଚଳିତ ବର୍ଷର ରଥଯାତ୍ରା । ଅନିଶ୍ଚିତତା ମଧ୍ୟରେ ଥିଲା । ସ୍ଥିତି ଏପରି ହୋଇଥିଲା କି ମାମଲା ସୁପ୍ରିମକୋର୍ଟ ଯାଇଥିଲା । ପ୍ରାରମ୍ଭିକ ରାୟରେ କୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାକୁ ମାନି ପାରି ନ ଥିଲେ କୋଟିକୋଟି ଓଡିଆ ଓ ଜଗନ୍ନାଥ ପ୍ରେମୀ । ପୁନର୍ବିଚାର ପାଇଁ ଏକାଧିକ ଯାଚିକା କୋର୍ଟରେ ଦାୟର ହୋଇଥିଲା ଓ ଯାତ୍ରାର ୨ ଦିନ ପୂର୍ବରୁ ସୁପ୍ରିମକୋର୍ଟ ସ୍ୱଳ୍ପ ଲୋକରେ ରଥଯାତ୍ରାର ଆୟୋଜନକୁ ଅନୁମତି ଦେଇଥିଲେ । ଏହି ନିଷ୍ପତ୍ତିରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ । ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଦୀର୍ଘ ୧୧ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ ଶେଷ ହୋଇଥିଲା। ଶେଷରେ କେବଳ କିଛି ଚୟନିତ ସେବାୟତ ଓ ଭକ୍ତଙ୍କ ଦ୍ୱାରା ରଥଯାତ୍ରା ଶେଷ ହୋଇଥିଲା ।ଶ୍ରୀଜିଉଙ୍କ ରଥଯାତ୍ରା ଘୋର କଟକଣା ମଧ୍ୟରେ ସଂପନ୍ନ ହୋଇଥିଲା ।
previous post