ଗଞ୍ଜାମ/ ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ଅଦାଲତ ପରିସରରେ ସିଭିଲ ଜଜ ସିନିୟର ଡିଭିଜନ ଅଦାଲତର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧର ମିଳିତ ଭାବେ ଅଭାଷୀ ମାଧ୍ୟମରେ ଉଦଘାଟନ କରିଥିଲେ । ହିଞ୍ଜିଲିବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ନ୍ୟାୟ ଅଧିକାର ଏକ ମଉଳିକ ଅଧିକାର ଏବଂ ନ୍ୟାୟ ବିତରଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ତାଙ୍କ ସରକାର ପ୍ରତିବଦ୍ଧ । ଉଦଘାଟନୀ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ଓ ଦୌରା ଜର୍ଜ ଆନନ୍ଦ ଚନ୍ଦ୍ର ବେହେରା, ଗଂଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା,ରେଜିଷ୍ଟର ସୁଶାନ୍ତ କୁମାର ମିଶ୍ର, ଜେଏମଏଫସି ମାଜିଷ୍ଟ୍ରେଟ ଦୀପ୍ତିମୟୀ ସାହୁ,ବିଡ଼ିଓ ସୁବ୍ରତ କୁମାର ଜେନା,ତହସିଲଦାର ପ୍ରଭାତ କୁମାର ପରିଡା, ଏସଡିପିଓ ଉମା ଚରଣ ସିଂ, ଥାନା ଅଧିକାରୀ ଅଭିମନ୍ୟୁ ଦାଶ ,ଓକିଲ ସଂଘ ସଭାପତି ଦ୍ୟୁତିକୃଷ୍ଣ ସାବତ,ଅଧିବ୍ୟକ୍ତା ନିର୍ମଳ ସାହୁ ସମେତ ସମସ୍ତ ଓକିଲ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
previous post
next post