ଓଡିଶା

ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

(ଭୁବନେଶ୍ୱର) : ଇଂଲଣ୍ଡର ବର୍ମିଂହାମ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରୀଡ଼ା ଫେଡେରେସନ୍ – ଆଇବିଏସ୍ଏ ୱାର୍ଲ୍ଡ ଗେମ୍ସ 2023 ରେ ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ ଜଣ ଦୃଷ୍ଟିହୀନ କ୍ରିକେଟ୍ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସଫଳତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଓଡିଶାର ପ୍ରତ୍ୟେକ ମହିଳା ଖେଳାଳି ପଦ୍ମିନୀ ଟୁଡୁ, ବସନ୍ତୀ ହାଁସଦା, ଝିଲି ବିରୁଆ ଏବଂ ଫୁଲ ସୋରେନଙ୍କୁ 20 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ।

ସୂଚନାନୁଯାୟୀ , ଏମାନେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ମହିଳା ଦଳରେ ଥିଲେ । ସେହିପରି ରୌପ୍ୟ ପଦକ ହାସଲ କରିଥିବା ପୁରୁଷ ଟିମ୍ ର ଓଡ଼ିଶା ଖେଳାଳି ଏମ୍ ଡି ଜାଫର ଇକବାଲ୍, ନକୁଳ ବଡ଼ନାୟକ ଏବଂ ପଙ୍କଜ ଭୁଇଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।

Related posts

ଜିଲ୍ଲା ସଭାପତିଙ୍କ ଗାଡିକୁ ଧକ୍କା ଦେଲା ବରଯାତ୍ରୀ ଗାଡି

mahabharatanews

ଲୋନ ପରିଶୋଧ ନ କରିପାରିବାରୁ ସିଲ୍ ହେଲା ଘର

mahabharatanews

ରାଜ୍ୟରେ ମାତ୍ର ୧୦୧୮୦ଜଣ ଲୋକେ ନେଇଛନ୍ତି ବୁଷ୍ଟର ଡୋଜ

mahabharatanews