ଓଡିଶା

ଶିଶୁ ଶିକ୍ଷା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସାଲେପୁର: ଶିଶୁ କିଶୋର କିଶୋରୀ ଶିକ୍ଷାର୍ଥୀ ମାନଙ୍କ ବୌଦ୍ଧିକ ବିକାଶ ପାଇଁ ଗୁରୁଜୀ ଗୁରୁମାଙ୍କ ଅବଦାନ ଅତୁଳନୀୟ । କଟକ ଜିଲ୍ଲା ଜନାର୍ଦ୍ଦନପୁର ପଞ୍ଚାୟତ ଗୋପୀନାଥପୁର ସ୍ଥିତ ଗଣପତି ଶିଶୁ ଶିକ୍ଷା ମନ୍ଦିରର ବାର୍ଷିକ ଉତ୍ସବ ଓ ଶିଶୁ ମହୋତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବିଶ୍ୱଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିଶୁ ମହୋତ୍ସବ ର ତାତ୍ପର୍ୟ୍ୟ ଉପରେ ଆଲୋକ ପାତ କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ହେମନ୍ତ କୁମାର ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ରଶ୍ମି କାନ୍ତ ସ୍ୱାଇଁ ସ୍ୱାଗତ ସୂଚନା ତଥା ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉପାଧ୍ୟକ୍ଷ ବାବୁଲି ମୁଦୁଲି,ସଂଯୋଜିକା ସସ୍ମିତା ବରାଳ, ବିଦ୍ୟାଳୟର ଗୁରୁଜୀ, ଗୁରୁମା ତଥା ସହଯୋଗୀ ମାନେ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ପାଞ୍ଚଦିନ ବ୍ୟାପି ବିଭିନ୍ନ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ୟ୍ୟକ୍ରମରେ ଅଭିଭାବକ ଶୁଭେଛୁ ମାନେ ଯୋଗଦେଇଥିଲେ । ଶିଶୁ ମାନଙ୍କ ଠାରେ ଲୁକ୍କାୟିତ ଥିବା କଳା ଓ ପ୍ରତିଭା କୁ ଉଜ୍ଜୀବିତ କରି ଭବିଷ୍ୟତରେ ଏଭଳି ପ୍ରତିଭାକୁ ସମାଜ କିପରି ନିଜକୁ ପ୍ରତିଷ୍ଠିତ କରି ପାରିବେ । ଏହା ବୌଦ୍ଧିକ ବିକାଶ ର ଉଦେଶ୍ୟ ବୋଲି ଉପସ୍ଥିତ ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ ।

Related posts

ମାସ୍କ ନପିନ୍ଦି ଘରୁ ଵାହାରିଲେ ୨୦୦/-ଟଙ୍କା ଜୋରିମାନା

mahabharatanews

୮ ବର୍ଷ ପରେ ଖୋଲିଲା ବାଇଶିପାହାଚ ଆନନ୍ଦବଜାର ଦ୍ବାର

mahabharatanews

ବଜ୍ରପାତରେ ଜୀଅନ୍ତା ଜଳିଗଲେ ଯୁବକ  

mahabharatanews