ଓଡିଶାଶିକ୍ଷା

ଧାମରା ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ଶକ୍ତି କ୍ଲବ ପ୍ରଦର୍ଶନୀ ଅନୁଷ୍ଠିତ

ଚାନ୍ଦବାଲି ବ୍ଲକର ବିବେକାନନ୍ଦ ବିଦ୍ୟାପୀଠ ,ଧାମରା ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ଶକ୍ତି କ୍ଲବ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ତହସିଲଦାର ଭାବତୋଷ ମଲ୍ଲିକ ଯୋଗ ଦେଇ ଉକ୍ତ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ତା ସହିତ କୁନି କୁନି ବୈଜ୍ଞାନିକ ମାନଙ୍କର ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ବିଜ୍ଞାନ ପ୍ରଦର୍ଶନୀରେ ଚାନ୍ଦବାଲି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୩୯ଟି ପ୍ରକଳ୍ପ ପଦର୍ଶିତ ହୋଇଥିଲା । ଏଥି ମଧ୍ୟରୁ ୧୪ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛି । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇ  ପିଲାମାନଙ୍କର ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ । ବିବେକାନନ୍ଦ ବିଦ୍ୟାପୀଠର ସଭାପତି ବନବିହାରୀ ମାଇତି ଓ ପ୍ରଧାନ ଶିକ୍ଷକ ଶ୍ରୀଧର ସ୍ୱାଇଁଙ୍କ ଉଦ୍ୟମରେ ବିଜ୍ଞାନ ପ୍ରଦର୍ଶନୀ ଟି ସରସ ସୁନ୍ଦର ହୋଇପାରିଥିଲା । ଏଥିରେ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।

Related posts

ଉଗ୍ର ରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡା, ସ୍ତ୍ରୀର ମୁଣ୍ଡଗଣ୍ଡି କଲା ଅଲଗା

mahabharatanews

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

mahabharatanews

ଚାଷୀଙ୍କ ପାଇଁ ମରୁଡି ସହାୟତା

mahabharatanews