Uncategorized

ଶିନାଜିୟାଙ୍ଗରେ ସଂଖ୍ୟାଲଘୁ ମୁସଲମାନଙ୍କ ନରସଂହାର ହେଉଛି: ଆମେରିକା

ୱାସଂଟନ: ଚୀନର ଶିନାଜିୟାଙ୍ଗରେ ସଂଖ୍ୟାଲଘୁ ମୁସଲମାନଙ୍କର ନରସଂହାର କରଯାଉଛି । ଚୀନର ଏହି ମାନବାଧିକାର ଉଲ୍ଲଙ୍ଘନକୁ ନେଇ ଚିନ୍ତା ବ୍ୟକ୍ତ କରିଛି ଆମେରିକା । ଆମେରିକା ସଂସଦରେ ଚୀନ୍‌କୁ ନେଇ ତିଆରି ହୋଇଥିବା ସଂସଦୀୟ କମିଶନ ଏନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ବୁଧବାର ନିଜର ଏକ ରିପୋର୍ଟ ଜାରି କରି ଶିନାଜିୟାଙ୍ଗରେ ସଂଖ୍ୟାଲଘୁ ମୁସଲମାନଙ୍କ ନରସଂହାର ହେଉଥିବା କହିଛନ୍ତି । ଆମେରିକାର ଏହି ସଂସଦୀୟ କମିଶନରେ ରିପବ୍ଲିକାନ୍ ଓ ଡେମାକ୍ରାଟସ୍ ଦଳର ସଦସ୍ୟ ରହିଛନ୍ତି।
ଉଇଗର ମୁସଲମାନଙ୍କ ଉପରେ ଚୀନର ଅତ୍ୟାଚାରକୁ ମାନବତା ଉପରେ କୁଠାରାଘାତ କହିବା ସହ ଆମେରିକା ଦ୍ବାରା ନରସଂହାର ଅଭିଯୋଗ ଜାତିସଂଘର ସ୍ଥାୟୀ ସଦସ୍ୟ ଚୀନ ପାଇଁ ଲଜ୍ଜାଜନକ କଥା ବୋଲି ବିଶେଷଜ୍ଞ କହିଛନ୍ତି। ପୂର୍ବରୁ ଜାତିସଂଘ ମଧ୍ୟ ଚୀନ ମୁସଲମାନଙ୍କ ସ୍ଥିତି ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଜାତିସଂଘ ପକ୍ଷରୁ କୁହାଯାଇଥିଲା, ୧୦ ଲକ୍ଷ ଉଇଗର ଓ ଅନ୍ୟ ମୁସଲମାନଙ୍କୁ ଚୀନ ଶିନାଜିୟାଙ୍ଗରେ ବନ୍ଧକ ରଖାଯାଇଛି । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ପାଇଁ ଚୀନ୍ ସହିତ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ ସୃଷ୍ଟି କରିବ । ନିର୍ବାଚନ ଅଭିଯାନରେ ବିଡେନ୍ ମଧ୍ୟ ଚୀନର ଉଇଗର ମୁସଲମାନଙ୍କ ଉପରେ ଅତ୍ୟାଚାରକୁ ନରସଂହାର କହିଛନ୍ତି।
ତେବେ ଆମେରିକାର ଏହି ରିପୋର୍ଟକୁ ଚୀନ ବିରୋଧ କରିଛି। ଚୀନ୍ ପକ୍ଷରୁ କୁହାଯାଇଛି, ଏହା ମିଛ ଓ ଆମ ଭାବମୂର୍ତ୍ତି ନଷ୍ଟ କରିବାକୁ ପ୍ରୟାସ କରାଯାଉଛି।

 

Related posts

ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଟାଣ ଖରା

mahabharatanews

ଦେଶରେ ଆଉ ୯୯୮୭ କରୋନା ସଂକ୍ରମିତ

mahabharatanews

କରାଚୀରେ ବିମାନ ଦୁର୍ଘଟଣା: ୯୮ ଯାତ୍ରୀଙ୍କୁ ନେଇ ଭରିଥିଲା ଉଡାଣ

mahabharatanews