ଭାରତ

‘ମୃତକଙ୍କ ପରିବାରକୁ ଦିଆଯିବ ଚାକିରି’ : ମମତା ବାନାର୍ଜୀ

(କୋଲକତା) : କରମଣ୍ତଳ ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । ହୃଦୟ ବିଦାରକ ଦୃଶ୍ୟ କହିଲେ ନସରେ ।    ଏହାରି ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ କରମଣ୍ତଳ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି । ଏହା ସହ ମୃତାହତଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାର ନିଷ୍ପତ୍ତି ନେଇଛନ୍ତି  । ଏନେଇ  ସେ କହିଛନ୍ତି, ‘ଦୁର୍ଘଟଣାରେ କିଛି ଲୋକ ହାତ, ଗୋଡ ହରାଇଛନ୍ତି, ଏହିପରି ଲୋକଙ୍କ ପାଇଁ ଆମ ସରକାର ନିଷ୍ପତ୍ତି ଯେ, ଆମେ ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଏକ ସ୍ୱତନ୍ତ୍ର ହୋମ ଗାର୍ଡର ଚାକିରି ଦେବୁ’।

 

ସୂଚନାନୁଯାୟୀ ,ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଂଚିଛନ୍ତି ।  ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ସ୍ଥାନୀୟ ସୂତ୍ର ଅନୁସାରେ ମୃତକଙ୍କ ସଂଖ୍ୟା ଏଯାବତ୍ ୨୭୮  ଟପି ଯାଇଥିବା ଜଣାପଡ଼ିଛି।

Related posts

ଆପ ସରକାର ଭାଙ୍ଗିବାକୁ ବିଜେପିର ଯୋଜନା

mahabharatanews

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

mahabharatanews

ବନ୍ଦ ହେଲା ଦିଲ୍ଲୀ ସ୍ଥିତ ଆଫାଗାନିସ୍ଥାନ ଦୂତାବାସ

mahabharatanews