(ହରିୟାଣା) : ଗ୍ରାମର ପିଲାମାନଙ୍କ ପାଇଁ ନିଜର ପୈତୃକ ଘର ଦାନ କରିଦେଇଛନ୍ତି । ସୋମବାର ଜାନୁଆରୀ ୨୯ରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କର ଜନ୍ମସ୍ଥାନ ରୋହତକ ଜିଲ୍ଲାର ବାନିୟାନୀରେ ଗ୍ରାମରେ ପହଞ୍ଚିଥିଲେ । ସେଠାରେ ସେ ତାଙ୍କର ପୈତୃକ ଘରକୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ସ୍ତାନାନ୍ତର କରିଛନ୍ତି । ବର୍ତ୍ତମାନ ଏହି ଘରେ ପିଲାମାନଙ୍କ ପାଇଁ ଏକ ଇ-ଲାଇବ୍ରେରୀ ସ୍ଥାପନ ପାଇଁ ଏହି ଘର ଦିଆଯାଇଛି ।
ଏହି ଅବସରରେ ସିଏମ୍ ଖଟ୍ଟର କହିଛନ୍ତି ଯେ, ମୋର ସୌଭାଗ୍ୟ ଯେ ଆଜି ମୁଁ ମୋ ଗାଁକୁ ଆସିଛି ଏବଂ ମୁଁ ମୋର ପିଲାଦିନକୁ ଏହି ଗାଁରେ ଅତିବାହିତ କରିଛି ଏବଂ ଏଠାରେ ମୁଁ ମଧ୍ୟ ଅଧ୍ୟୟନ କରିଛି । ଏହି ଘର ମୋର ମାତାପିତାଙ୍କ ପ୍ରତୀକ, ଯାହା ସେମାନେ ମୋ ନାମରେ କରିଥିଲେ । ଏହି ଘର ଗାଁ ପାଇଁ ଉପଯୋଗୀ ହେବା ଉଚିତ୍ । ଏହି ସ୍ଥାନରେ ଏକ ଇ-ଲାଇବ୍ରେରୀ ହୋଇପାରିବ । ମୁଁ ଘୋଷଣା କରିଛି ଯେ ମୁଁ ମୋ ଘର ଏବଂ ମୋର ମାୁମୁଁଙ୍କ ପୁଅଙ୍କ ଘର ମିଶି ପ୍ରାୟ ୨୦୦ ଗଜର ଘର ଗାର ଗାଁର ଲୋକଙ୍କ ହିତ ପାଇଁ ଏବଂ ଆଗାମୀ ପିଢ଼ି଼ି ପାଇଁ ଯୁବକମାନଙ୍କ ଶିକ୍ଷା ପାଇଁ ଦେଇଛି । ଆଉ ଏଠାରେ ଇ-ଲାଇବ୍ରେରୀ ପାଇଁ ବ୍ୟବସ୍ଥା କରାଯିବ ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
