ଓଡିଶା

ପବିତ୍ର ଅକ୍ଷୟ ତୃତୀୟ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟୁଇଟର ମାଧ୍ୟମରେ ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅକ୍ଷୀମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରୁଛି ବୋଲି ସେ କହିଛନ୍ତି ।

ଅକ୍ଷୟ ତୃତୀୟା ଦିନ ଚଷା ଭାଇ ଅକ୍ଷୀମୁଠି ଧରି କ୍ଷେତକୁ ଯାଇଥାନ୍ତି। ସେଠାରେ ଅକ୍ଷୀମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟାରେ କ୍ଷେତ ପୂଜା ହେବା ପରେ ହିଁ ଚଷା ଭାଇ ଚାଷ କରିବା ବିଶ୍ବାସ ରହିଛି ଆମ ହିନ୍ଦୁ ଧର୍ମରେ।

Related posts

ଅସଦାଚରଣ ମାମଲା; ସୌରୀନ ଓ ସମ୍ପୃକ୍ତ ଯୁବତୀ ଦୁଇ ବନ୍ଧୁ 

mahabharatanews

ପେଟ୍ରୋଲିୟମ ବ୍ୟବସ୍ଥାକୁ ନେଇ ନୂଆ ପ୍ରକଳ୍ପ

mahabharatanews

ନଦୀରେ ବୁଡି ୨ ଯୁବକଙ୍କ ମୃତ୍ୟୁ

mahabharatanews