ଓଡିଶା

 କ୍ୟାମେରା ଟ୍ରାପରେ କଳା ବାଘ 

(ସୁନ୍ଦରଗଡ଼) : ଓଡ଼ିଶାରେ କଳା ବାଘ  । ଦୀର୍ଘ ୬ ବର୍ଷ ପରେ ସୁନ୍ଦରଗଡ଼ରେ ବନ ବିଭାଗ କ୍ୟାମେରାରେ ଠାବ ହେଲା ବିରଳ କଳା ବାଘ । ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡରେରେ ପୁଣି କଳା ବାଘ ଦେଖିବା ପାଇଁ ମିଳିଛି ।

ସୂଚନାନୁଯାୟୀ , ଏହା ପୂର୍ବରୁ ୨୦୧୮ ମସିହାରେ ମଧ୍ୟ ବନବିଭାଗର କ୍ୟାମେରାରେ କଳା ବାଘ ଠାକ କରାଯାଇଥିଲା ହେଲେ ଏହାପରେ ଏହି ବାଘ ଆଉ ଦେଖିବା ପାଇଁ ମିଳିନଥିଲା । ଦୀର୍ଘ ୬ ବର୍ଷ ପରେ ପୁଣି ବନ ବିଭାଗର କ୍ୟାମେରାରେ ଠାବ ହୋଇଛି ଏହି କଳା ବାଘ । ତେବେ କେବଳ ବଳା ବାଘ ନୁହେଁ ଆହୁରି ଅନେକ ପ୍ରକାରର ଦୁର୍ଲଭ ଜୀବଜନ୍ତୁ ଏହି କ୍ୟାମେରାରେ ଟ୍ରାପ ହୋଇଥିବା ନେଇ ସୁନ୍ଦରଗଡ଼ ଡିଏଫଓ ପ୍ରଦୀପ ମିରାସେଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

 

Related posts

ଗାଡି ଚାଳକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି

mahabharatanews

ପୂର୍ବତନ ମନ୍ତ୍ରୀ ସେଖ ମତଲୁବ ଅଲ୍ଲୀଙ୍କ ପରଲୋକ

mahabharatanews

ପୁଣି ଓଲଟିଲା ଯାତ୍ରୀବାହୀ ବସ, ୧୪ ଗୁରୁତର  

mahabharatanews