ଓଡିଶା

BMC ଅଫିସ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା

ସହରକୁ ସଫା ସୁତୁରା ରଖୁଛନ୍ତି । ଦିନ ରାତି ଏକ କରୁଛନ୍ତି । ହେଲେ ନା ମିଳୁଛି ଉପଯୁକ୍ତ ଟଙ୍କା ନା ସୁରକ୍ଷା । ଅର୍ଦ୍ଧ ରାତ୍ରୀରେ ସହରର ସବୁ ଅଳିଆ ସଫା କରି ଭୁବନେଶ୍ବରର ସଫେଇ କର୍ମଚାରୀ ମହିଳା ମାନେ ସହରକୁ ସ୍ୱଚ୍ଛ ରଖୁଛନ୍ତି। ହେଲେ ସହରକୁ ସଫା କରି ରାତି ଅଧରେ ଘରକୁ ଫେରିବା ପାଇଁ ସଫେଇ କର୍ମଚାରୀ ଙ୍କ ପାଇଁ କିଛି ସୁରକ୍ଷିତ ବ୍ୟବସ୍ଥା ନାହିଁ। ସବୁଦିନ ଅସାମାଜିକ ଓ ମଦୁଆ ଲୋକଙ୍କ ହାବୁଡ଼ରେ ପଡୁଛନ୍ତି ସଫେଇ କର୍ମଚାରୀ ମହିଳା। କିଏ ଦୃବ୍ୟବହାରର ଶିକାର ହେଉଛନ୍ତି ତ ଆଉ କାହା ଜୀବନ ପ୍ରତି ରହିଛି ବିପଦ। ସଫେଇ କର୍ମଚାରୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ସହିତ ମାଡ ମାରୁଥିବାର ଅଭିଯୋଗ ବି ହୋଇଛି । ସହରକୁ ସ୍ୱଚ୍ଛ ରଖୁଥିବା ସଫେଇ କର୍ମଚାରୀଙ୍କୁ BMC ଉପଯୁକ୍ତ ପ୍ରାପ୍ୟ ତ ଦେଉନି, ମହିଳା କର୍ମଚାରୀ ମାନଙ୍କୁ ସୁରକ୍ଷା ବି ଯୋଗାଇ ପାରୁନାହିଁ ଈଗଉ। ନିଜ ସୁରକ୍ଷା ପାଇଁ ମହିଳା ସଫେଇ କର୍ମଚାରୀ ମାନେ ଆଜି BMC  କାର୍ୟ୍ୟାଳୟ ଆଗରେ ଧାରଣାରେ ବସି BMC ବିରୁଦ୍ଧରେ ପ୍ରତିବାଦ କରିଥିଲେ। ଯଦି ସମସ୍ୟାର ସମାଧାନ ନହୁଏ ଆଗକୁ ସ୍ବଚ୍ଛ ସହରାକୁ ଅଳିଆ ଗଦା କରିଦେବାର ଧମକ ବି ଦେଉଥିଲେ।

ନିଜ ସୁରକ୍ଷା ପାଇଁ BMC ଅଫିସ ଆଗରେ ବସିଥିବା ସଫେଇ କର୍ମଚାରୀ ମହିଳାଙ୍କ ଦାବି ମେୟରଙ୍କ ପାଖରେ ପହଞ୍ଚିଥିଲା । BMC ଯେଉଁ ସଫେଇ କର୍ମଚାରୀଙ୍କ ଠାରୁ କାମ ହାସଲ କରୁଛି , ସେହି ମହିଳା ସଫେଇ କର୍ମଚାରୀଙ୍କ ରାତ୍ରୀରେ ହେଉଥିବା ସମସ୍ୟାର କାରଣ ନିଜ ମୁଣ୍ଡ ଉପରକୁ ନନେଇ ଏଜେନ୍ସି ମୁଣ୍ଡରେ ଅଠା ବୋଲିଛନ୍ତି ମେୟର । ସଫେଇ କର୍ମଚାରୀ ଦିନ ରାତି ଖଟି ସହରର ସଫେଇ କରିବେ ହେଲେ ମେୟର କହୁଛନ୍ତି ସେମାନେ BMC ପାଖରେ କାମ କରୁନାହାନ୍ତି ଏଜେନ୍ସିଙ୍କ ପାଖରେ କାମ କରୁଛନ୍ତି । ଆଜି ସହର ଯେଉଁ ସଫେଇ କର୍ମଚାରୀଙ୍କ ପାଇଁ ଏତେ ସୁନ୍ଦର ଦେଖାଯାଉଛି । ଯଦି ସେମାନଙ୍କ ସମସ୍ୟାକୁ ଅଣଦେଖା କରାଯିବ ସେମାନଙ୍କୁ ସୁରକ୍ଷା ଦିଆନଯିବ । ସଫେଇ କାମ ଛାଡି ଯଦି ସେମାନେ ନିଜ ସୁରକ୍ଷା ଓ ହକ ପାଇଁ ପ୍ରତିବାଦର ରାସ୍ତା ଆପଣେଇ ପ୍ରତିବାଦ କରିବେ ତେବେ ଏହି ସ୍ବଚ୍ଛ ସୁନ୍ଦର ଭୁବନେଶ୍ବର ର ଅବସ୍ଥା ନିଶ୍ଚୟ ଅଳିଆ ଗଦାରେ ପରିଣତ ହୋଇଯିବ। ସହର କୁ ସ୍ବଚ୍ଛ ସୁନ୍ଦର ରଖିବା ପାଇଁ ସଫେଇ କର୍ମଚାରୀ ଙ୍କ ସମସ୍ୟାର ଯେତେ ଶୀଘ୍ର ସମାଧାନ କରିବା ଦରକାର ସେକଥା ମେୟର ଓ BMC ଅଧିକାରୀ ବୁଝିବା ବି ଦରକାର ।ଏଜେନ୍ସୀ ମୁଣ୍ତରେ ଦୋଷ ନଦେଇ କିପରି ମହିଳା ସଫେଇ କର୍ମଚାରୀଙ୍କୁ ରାତିରେ ସୁରକ୍ଷା ଦିଆଯାଇ ସହର କୁ ସ୍ବଚ୍ଛ ରଖାଯିବ ସେ ପ୍ରତି ଦୃଷ୍ଟି ଦେବା ଉଚିତ।

Related posts

ଲାଞ୍ଚ ନେଇ ଧରାପଡିଲେ କ୍ଲର୍କ

mahabharatanews

ଗାଁ ଗାଁ ବୁଲି ଟିକା କାରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ

mahabharatanews

ପଙ୍ଗପାଳ: ଗୁଜବକୁ ବିଶ୍ୱାସ ନ କରିବାକୁ କୃଷି ମନ୍ତ୍ରୀଙ୍କ ପରାମର୍ଶ

mahabharatanews