ଓଡିଶା

ଅସନ୍ତୁଷ୍ଟଙ୍କ ପାଇଁ ବୋର୍ଡ ପକ୍ଷରୁ ସର୍ତ୍ତାବଳୀ ଜାରି

ଭୁବନେଶ୍ୱର: ଗତକାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । କିନ୍ତୁ ଯେଉଁ ଛାତ୍ରଛାତ୍ର୍ରୀ ସେମାନଙ୍କ ଫଳାଫଳକୁ ନେଇ ଅସନ୍ତୁଷ୍ଟ ସେମାନଙ୍କ ପଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା ରହିଛି । ତେବେ ଏହି ପରୀକ୍ଷା ପାଇଁ ବୋର୍ଡ ରଖିଛି କିଛି ସର୍ତ୍ତ । ସର୍ତ୍ତ ଅନୁଯାୟୀ, ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ହେଲେ ସେମାନଙ୍କୁ ସବୁ ବିଷୟରେ ପରୀକ୍ଷା ଦେବାକୁ ହେବ । ନିଜ ଇଚ୍ଛାରେ ନିର୍ଦ୍ଦିଷ୍ଟ କିଛି ବିଷୟରେ ପରୀକ୍ଷା ଦେଇହେବ ନାହିଁ । ପରୀକ୍ଷା ପାଇଁ ଆବେଦନ କରୁଥିବା ପରୀକ୍ଷାର୍ଥୀଙ୍କୁ ସମସ୍ତ ୬ଟି ବିଷୟରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଉକ୍ତ ପରୀକ୍ଷାରେ ଯାହା ଫଳାଫଳ ବାହାରିବ ତାହାହିଁ ଚୂଡ଼ାନ୍ତ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

Related posts

କର୍ପୋରେଟ୍‌ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ

mahabharatanews

ଲାଞ୍ଜିଗଡରେ ମାଓ ପୋଷ୍ଟର

mahabharatanews

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ କୋଟିପତି କିରାଣୀ

mahabharatanews