Uncategorized

ବିକାଶ ଦୁବେ ଏନକାଉଣ୍ଟରରେ ସାମିଲ କନଷ୍ଟେବଲ କରୋନା ପଜିଟିଭ

(ଲକ୍ଷ୍ନୌ): ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଏନକାଉଣ୍ଟର କରିଥିବା ଉତ୍ତର ପ୍ରଦେଶ ପୁଲିସ୍ ଟିମର ଜଣେ କନେଷ୍ଟବଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ବିକାଶକୁ ଉଜୈ÷ନରୁ କାନପୁର ଆଣିବା ଟିମରେ ଏହି କନଷ୍ଟେବଲ ଜଣକ ସାମିଲ ଥିଲେ । ବିକାଶକୁ ଏନକାଉଣ୍ଟର କରିବା ବେଳେ ସେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯିବାରୁ ସ୍ୱାବ ପରୀକ୍ଷା କରାଯାଇଥିଲା । ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ସମ୍ପୃକ୍ତ କନେଷ୍ଟବଲଙ୍କ ସହ ଥିବା ଅନ୍ୟ ଚାରିଜଣ ସଦସ୍ୟଙ୍କର ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି। କନଷ୍ଟେବଲ ଜଣଙ୍କ ଯେଉଁ ୱାର୍ଡରେ ଥିଲେ ସେଠାକୁ ଆସିଥିବା ଲୋକମାନେ ନିଜ ଆଡୁ କରୋନା ପରୀକ୍ଷା କରାଇନେବା ଦରକାର ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ମଧ୍ୟପ୍ରଦେଶର ଉଜୈନରୁ ବିକାଶକୁ ଗିରଫ କରାଯାଇଥଲା। ଏହାପରେ ଶନିବାର ସକାଳେ ତାକୁ କାନପୁର ଅଣା ଯାଉଥିବା ବେଳେ ବାରା ନିକଟରେ ଏନକାଉଣ୍ଟର କରାଯାଇଥିଲା।

Related posts

୫୬ ଲକ୍ଷ ଟଙ୍କାର ନକଲି ସାନିଟାଇଜର ଜବତ

mahabharatanews

କ୍ରୋଏସିଆ  ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ବୃଦ୍ଧି ଆଶଙ୍କା

mahabharatanews

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପରିସର ଭାରତ ମାତାଙ୍କ ଷ୍ଟାଚ୍ୟୁକୁ ସ୍ଥାନାନ୍ତର

mahabharatanews

Leave a Comment