Uncategorizedଓଡିଶା

ପୁଣି ଜଣେ ସାଂସଦ କରୋନା ପଜିଟିଭ୍

(ନବରଙ୍ଗପୁର): ରାଜ୍ୟର ପୁଣି ଜଣେ ସାଂସଦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରର ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ସେ ସୂଚନା ଦେଇଛନ୍ତି । ସେ ସୁସ୍ଥ ଅଛନ୍ତି ଏବଂ ହୋମ୍ ଆଇସୋଲେସନରେ ଥିବା ଜଣାଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଂଗରୋଧରେ ରହିବା ସହ ନିଜର ପରୀକ୍ଷା କରାଇ ନେବାକୁ ଶ୍ରୀ ମାଝି ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ।

Related posts

ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

mahabharatanews

ଜନତା କର୍ଫ୍ୟୁ କଲ୍ୟାଣସିଂହପୁର ବ୍ଲକରେ ସମ୍ପୂର୍ଣ୍ଣ ସଫଳ

mahabharatanews

ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ପଦ୍ମପୁର ସରପଞ୍ଚ

mahabharatanews