ଓଡିଶା

ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ସାଲେପୁର/ତାରାକାନ୍ତ ନାୟକ: ସାଲେପୁର ସାପ୍ତାହିକ ସମ୍ବାଦପତ୍ର ‘ପ୍ରବାହ’ ର ସ୍ଵନକ୍ଷତ୍ର ଅବସରରେ ସାଲେପୁର ଆଦର୍ଶ ଥାନାର ଆଇ ଆଇ ସି ଗିରିଜା ନନ୍ଦନ ପଟ୍ଟନାୟକଙ୍କୁ ଦକ୍ଷ ପୋଲିସ ଅଧିକାରୀ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ବରର ଜୟଦେବ ଭବନ ପରିସରରେ ଆୟୋଜିତ ସ୍ଵନକ୍ଷେତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି,ମୁଖ୍ୟ ବକ୍ତା ଅଧିକାର ଲ ଏକାଡେମୀର ନିର୍ଦ୍ଦେଶକ ଡକ୍ଟର ଗିରିଶ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଡାକ୍ତର ଗୌରାଙ୍ଗ ଚରଣ ସ୍ୱାଇଁ,ସମାଜସେବୀ ରବି ସାମଲ, ସାପ୍ତାହିକର ସମ୍ପାଦକ ଅଭିମନ୍ୟୁ ମହାପାତ୍ର,ପରିଚାଳନା ସମ୍ପାଦକ ସିଦ୍ଧାର୍ଥ ସ୍ୱରୂପ ଦାଶ ପ୍ରମୁଖ ଯୋଗ ଦେଇ ଆଇ ଆଇ ସି ଶ୍ରୀ ପଟ୍ଟନାୟକ ଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ,ମାନପତ୍ର ସହ ସିଲ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Related posts

ମହାକାଶକୁ ଯିବ କିଶୋର ବୈଜ୍ଞାନିକଙ୍କ ଉଦ୍ଭାବନ

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଚୁଡାନ୍ତ ହେଲା ନୀତି ନିର୍ଘଣ୍ଟ 

mahabharatanews

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

mahabharatanews