ଓଡିଶା

ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ସାଲେପୁର/ତାରାକାନ୍ତ ନାୟକ: ସାଲେପୁର ସାପ୍ତାହିକ ସମ୍ବାଦପତ୍ର ‘ପ୍ରବାହ’ ର ସ୍ଵନକ୍ଷତ୍ର ଅବସରରେ ସାଲେପୁର ଆଦର୍ଶ ଥାନାର ଆଇ ଆଇ ସି ଗିରିଜା ନନ୍ଦନ ପଟ୍ଟନାୟକଙ୍କୁ ଦକ୍ଷ ପୋଲିସ ଅଧିକାରୀ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ବରର ଜୟଦେବ ଭବନ ପରିସରରେ ଆୟୋଜିତ ସ୍ଵନକ୍ଷେତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି,ମୁଖ୍ୟ ବକ୍ତା ଅଧିକାର ଲ ଏକାଡେମୀର ନିର୍ଦ୍ଦେଶକ ଡକ୍ଟର ଗିରିଶ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଡାକ୍ତର ଗୌରାଙ୍ଗ ଚରଣ ସ୍ୱାଇଁ,ସମାଜସେବୀ ରବି ସାମଲ, ସାପ୍ତାହିକର ସମ୍ପାଦକ ଅଭିମନ୍ୟୁ ମହାପାତ୍ର,ପରିଚାଳନା ସମ୍ପାଦକ ସିଦ୍ଧାର୍ଥ ସ୍ୱରୂପ ଦାଶ ପ୍ରମୁଖ ଯୋଗ ଦେଇ ଆଇ ଆଇ ସି ଶ୍ରୀ ପଟ୍ଟନାୟକ ଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ,ମାନପତ୍ର ସହ ସିଲ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Related posts

ମହାମାୟୀ ଯାତ୍ରା ପାଇଁ ଦାରୁ ଖୁଣ୍ଟ ସ୍ଥାପିତ

mahabharatanews

କାଲିଠୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତବାନୀ

mahabharatanews

ଉତ୍କଳ ଗୌରବ ମଧୁବାବୁଙ୍କ ତିରୋଧାନ ଦିବସ ପାଳିତ

mahabharatanews

Leave a Comment