ଭାରତସ୍ୱାସ୍ଥ୍ୟ

ଦେଶରେ କରୋନା ସଂକ୍ରମଣ ବଢିଚାଲିଛି;୨୪ ଘଣ୍ଟାରେ ୧୦,୧୫୮ ନୂଆ ସଂକ୍ରମିତ ଚିହ୍ନଟ

ଦିଲ୍ଲୀ:୧୦ ହଜାର ଟପିଲା ସଂକ୍ରମଣ । ଦେଶରେ ୧୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦,୧୫୮ ନୂଆ ସଂକ୍ରମିତ ଚିହ୍ନଟ । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪୪ ହଜାର ୯୯୮ କୁ ବୃଦ୍ଧି ।ଗତ ଗୋଟିଏ ସପ୍ତାହ ହେବ ଦେଶରେ କରୋନା ସଂକ୍ରମଣ ବଢିଚାଲିଛି । ଏବେ ଦେଶରେ ୪୪,୯୯୮ ଜଣ କରୋନା ସଂକ୍ରମିତଙ୍କର ଚିକିତ୍ସା ଚାଲିଛି । ଦୀର୍ଘ ୨୩୦ ଦିନ ପରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।। ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଯିବା ସହ ଆବଶ୍ୟକ ସ୍ଥଳେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।ନୂଆ କୋଭିଡ୍ ମାମଲାକୁ ମିଶାଇ ମହାରାଷ୍ଟ୍ରରେ ୮୧, ୫୨, ୨୯୧ କୋଭିଡ୍ କେସ୍ ରେକର୍ଡ ହୋଇଛି । ସେହିପରି ୧, ୪୮,୪୭୦ଜଣ ପ୍ରାଣ ହରାଇଛନ୍ତି । କେବଳ ମୁମ୍ବାଇରେ ୧୯, ୭୫୨ଙ୍କ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାକବ, ଓମିକ୍ରନର ନୂଆ ସବ୍-ଭାରିଆଣ୍ଟ ଢଈଈ.୧.୧୬ ପାଇଁ ପୂରା ଦେଶରେ କରୋନାର ମାମଲା ବଢ଼ିବାରେ ଲାଗିଛି । ସେପଟେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳ କରାଯାଇଛି ।

Related posts

କୃଷକ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ପ୍ରିୟଙ୍କା ଗାନ୍ଧୀ

mahabharatanews

ପୃଥିବୀକୁ ବାଏ କରି ସୂର୍ଯ୍ୟ ମୁହାଁ ‘ଆଦିତ୍ୟ- ଏଲ୧’

mahabharatanews

ଗଙ୍ଗାସ୍ନାନ କରିବାକୁ ଯାଇ ୧୫ ମୃତ

mahabharatanews