Uncategorized

କରୋନା: ଦେଶର ପ୍ରଥମ ଡାକ୍ତରଙ୍କ ମୃତ୍ୟୁ

ଇନ୍ଦୋର: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି । ତେବେ ଏହି କରୋନା ଲଢେଇରେ ଆଗଧାଡିର ଯୋଦ୍ଧା କୁହାଯାଉଥିବା ଡାକ୍ତର ମଧ୍ୟ ଏହି ମହାମାରୀରୁ ରକ୍ଷା ପାଇନାହାନ୍ତି । ଅନେକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବ।। ବେଳେ ଦେଶରେ କରୋନାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଇନ୍ଦୋରର ଡାକ୍ତର ଶତ୍ରୁଘ୍ନ ପଞ୍ଜଓ୍ୱାନି ଦେଶର ପ୍ରଥମ ଡାକ୍ତର ଯିଏକି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଗୁରୁବାର ସକାଳ ୪ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତ ଡାକ୍ତର ଜଣଙ୍କ କୌଣସି କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରୁନଥିଲେ। ବରଂ କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବାରୁ ସେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ବୁଧବାର ସୁଦ୍ଧା ୩୯୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଡାକ୍ତରଙ୍କୁ ମିଶାଇଲେ ମୃତକଙ୍କ ସଂଖ୍ୟା ୩୧ ଛୁଇଁଛି। ଇନ୍ଦୋରରୁ କେବଳ ୨୧୩ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ୧୪ ଜଣ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ରହିଛି।

Related posts

କଳାଜିରାରେ ରହିଛି ଅନେକ ସ୍ୱାସ୍ଥ୍ୟକାରୀ ଗୁଣ

mahabharatanews

ଟୋନୀ-ଆନ ସିଂହ ମିସ ୱାଲ୍ଡ ୨୦୧୯

mahabharatanews

ପଳାତକ ମେହୁଲ ଚୌକସୀ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଦେଇଥିଲେ ଦାନ

mahabharatanews