ଓଡିଶା

୧୧୨ ଡାଏଲ କଲେ ଏଣିକି ପହଞ୍ଚିବ ଜରୁରୀ ସହାୟତା ଯାନ

ସୁବର୍ଣ୍ଣପୁର: ଜିଲ୍ଲାର ବିଭିନ୍ନ ଅସୁବିଧାର ଏବେ ଏକ ସମନ୍ବିତ ଢଙ୍ଗରେ ସମାଧାନ ହେବ। ପୋଲିସ, ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗର ସହାୟତା ପାଇଁ ଏବେ ଆଉ ଅଲଗା ଅଲଗା ନମ୍ବରକୁ ଫୋନ କରିବାକୁ ପଡିବ ନାହିଁ। ୧୧୨ ଡାଏଲ କଲେ ଏଣିକି ପହଞ୍ଚିବ ଜରୁରୀ ସହାୟତା ଯାନ। ଯାହା ବିଭିନ୍ନ ଜରୁରିକାଳୀନ ସେବା ଯୋଗାଇ ଦେବ। ଏହିକ୍ରମରେ ଓଡିଶା ପୋଲିସ ପକ୍ଷରୁ ସୁବର୍ଣ୍ଣପୁର ଜିଲାକୁ ପ୍ରଥମ ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା ଜରୁରୀ ସହାୟତା ଯାନର ଶୁଭାରମ୍ଭ କରୁଛନ୍ତି। ପର୍ୟ୍ୟାୟରେ ୨ଟି ଜରୁରୀ ସହାୟତା ଯାନ ଯୋଗାଇ ଦିଆଯାଇଛି। ଜିଲ୍ଲା ପୋଲିସ ମୁଖ୍ୟ କାର୍ୟ୍ୟଳୟରେ ଏସ୍‌ପି ଅମରେଶ କୁମାର ପଣ୍ଡା ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ଏସ୍‌ପି ପଣ୍ଡା କହିଥିଲେ ଯେ, ସୋନପୁର ଥାନା ଓ ବୀରମହାରାଜପୁର ଥାନାକୁ ଗୋଟିଏ ଲେଖାଏଁ ଇଆରଭି(ଏମରଜେନ୍ସି କାର୍ୟ୍ୟ କିମ୍ବା ଦୁର୍ଘଟଣା ଭଳି ଜରୁରିକାଳୀନ ରେସ୍‌ପନ୍ସ ଭ୍ୟାନ) ଗାଡି ଯୋଗାଇ ଜରୁରୀ କାଳୀନ ପରିସ୍ଥିତିରେ ଲୋକଙ୍କୁ ତୁରନ୍ତ ସହାୟତା ଦିଆଯାଇଛି। କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢୀ, ଜିଆରଏସ ଓ ଡିପିଏସ ଭଳି ରିଜର୍ଭ ଇନିସପେକ୍ଟର ପ୍ରଦ୍ୟୁମ୍ନ ପଟେଲଙ୍କ ସମେତ ଜିଲା ପୋଲିସ ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

Related posts

ଆଜି ବି ୪ଟା ଯାଏଁ ଗୃହକୁ ମୁଲତବି

mahabharatanews

ନୂଆ ରୂପ ନେବ କୋଣାର୍କ

mahabharatanews

ଆଜି NEET ପ୍ରବେଶିକା ପରୀକ୍ଷା

mahabharatanews