ଭାରତ

କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ପାଇଁ ମନାକଲେ ଦିଲ୍ଲୀକୋର୍ଟ

(ଦିଲ୍ଲୀ) : ଆଜି ବି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅନ୍ତରୀଣ ଜାମିନ ଆବେଦନ ସପ୍ତାହେ ବୃଦ୍ଧି କରିବା ପାଇଁ କରିଥିବା ଆବେଦନ ଉପରେ ଆଜି ବି ଆସିପାରିଲାନି ରାୟ। ଫଳରେ ଆସନ୍ତାକାଲି (ଜୁନ୍ ୨)ରେ କେଜ୍ରିୱାଲଙ୍କୁ ତିହାର ଜେଲ୍ ଫେରିବାକୁ ପଡ଼ିବ।

ସୂଚନାନୁଯାୟୀ , ମେଡିକାଲ୍ ଆଧାରରେ କେଜ୍ରିୱାଲ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଆଉ ୭ ଦିନ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ଏ ଉପରେ ତୁରନ୍ତ ଶୁଣାଣି କରିପାରିବେ ନାହିଁ ବୋଲି ମନା କରିଦେଇଥିଲେ। ଏହାପରେ ତଳ କୋର୍ଟକୁ ଯାଇଥିଲେ କେଜ୍ରିୱାଲ। ଗତକାଲି ଓ ଆଜି ବିଚାର କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ପରବର୍ତ୍ତୀ ସମୟରେ ଏ ଉପରେ ରାୟ ଆସିବ। କିନ୍ତୁ ଆଜି କେଜ୍ରିୱାଲଙ୍କ ଜାମିନ କଣ୍ଟ ସରୁଥିବାରୁ ଆସନ୍ତାକାଲି ତାଙ୍କୁ ଜେଲରେ ହାଜର ହେବାକୁ ପଡ଼ିବ। ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା।

Related posts

ଗୁରୁଗ୍ରାମ ଜମି ଦୁର୍ନୀତି ମାମଲାରେ ରବର୍ଟ ଭାଡ୍ରାଙ୍କୁ ସମନ… ମେ ୧୬ରେ ଶୁଣାଣି

mahabharatanews

ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନୀ ରେଞ୍ଜର

mahabharatanews

ମୋଦି ସରନେମ୍ ମାମଲାରେ ରାହୁଲଙ୍କୁ ପାଟନା ହାଇକୋର୍ଟରୁ ଆଶ୍ୱସ୍ତି

mahabharatanews