(ପୁରୀ) : ଏଣିକି ସ୍ଵର୍ଗଦ୍ଵାରରେ ଶବଦାହ ହେବ ସହଜ । ସମ୍ପର୍କୀୟଙ୍କ ଶବଦାହ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି । ଆଗୁଆ ସ୍ଥାନ ବୁକିଂ କରିବେ ଲୋକେ । ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ ଲୋକାର୍ପଣ ହୋଇଛି ସ୍ଵର୍ଗଦ୍ଵାର ୱେବସାଇଟ । ଏହା ଦ୍ୱାରା ଅନଲାଇନ ମାଧ୍ୟମରେ ଏହି ୱେବସାଇଟରେ ପଞ୍ଜିକରଣ କରିପାରିବେ । ଏହା ବାଦ୍ ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ ଉପଲବ୍ଧ ହେଉଥିବା ସମସ୍ତ ସୁବିଧା ବିଷୟରେ ମଧ୍ୟ ଏହି ୱେବସାଇଟ ମାଧ୍ୟମରେ ଜାଣିପାରିବେ ଲୋକେ ।
ସୂଚନାନୁଯାୟୀ , ଏ ନେଇ ଲୋକାର୍ପଣ ହୋଇଛି swargadwar.com । ଏହି ୱେବସାଇଟରେ ତିନୋଟି ଭାଷାରେ ସୂଚନା ମିଳିବ । ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଏହି ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ । ଏହି ୱେବ୍ ସାଇଟ୍ ମାଧ୍ୟମରେ ସ୍ଵର୍ଗଦ୍ଵାର ଠାରେ ସଂସ୍କାର ସେବା ନେବାକୁ ଚାହୁଁ ଥିବା ହିତାଧିକାରୀ ମାନେ ଆବଶ୍ୟକୀୟ ତଥ୍ୟ ଅପଲୋଡ କରି ବିଭିନ୍ନ ସେବା ପାଇ ପାରିବେ । ବର୍ତ୍ତମାନ ପରୀକ୍ଷା ମୂଳକ ଭାବରେ ଏହି ୱେବସାଇଟ ଲଞ୍ଚ କରାଯାଇଥିବା ବେଳେ ପରବର୍ତ୍ତି ସମୟରେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତ୍ତନ କରାଯିବ ।