ବ୍ୟୁରୋ: ଧୀରେ ଧିରେ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗୁଛି । କାର, ବାଇକ ପ୍ରତି ଲୋକେ ଆକୃଷ୍ଟ ହେଉଥିବାରୁ ସାଇକେଲର ଚାହିଦା କମୁଛି । ପରିବହନ ବ୍ୟବସ୍ଥାରେ ଆଧୁନିକତା ଆସୁଥିବା ନିଜର ମଧ୍ୟ ରହିଛି । ସମୟ ପରିବର୍ତ୍ତନ ସାଙ୍ଗକୁ ଲୋକଙ୍କ ରୁଚି ବି ବଦଳୁଛି । କିଛି ପୂଜାପର୍ବ ଆସିଲେ ପ୍ରଥମତଃ କାର ,ବାଇକ୍ ଉପରେ ଲୋକଙ୍କ ଧ୍ୟାନ ଆସିଥାଏ । ହେଲେ ସର୍ବୋପରେ ବି ଦୁଇ ଚକିଆ ଯାନର ରହିଛି ନିଆରା ମହତ୍ତ୍ୱ । କାରଣ ଏହା ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ପରିବେଶକୁ ମଧ୍ୟ ଅନୁକୂଳ ରଖିବାରେ ସହାୟତା କରିଥାଏ । ସାଧାରଣରେ କହିବାକୁ ଗଲେ ପରିବହନର ଉତ୍କୃଷ୍ଟ ମାଧ୍ୟମ ହେଉଛି ବାଇସାଇକେଲ୍ । ସରଳ, ସୁଗମ ଏବଂ ଭରସାଯୋଗ୍ୟ ପରିବହନ କହିଲେ ମଧ୍ୟ ବାଇସାଇକେଲକୁ ହିଁ ବୁଝାଏ ।
କାରଣ ଏହା ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ପାଇଁ ଅର୍ଥାତ୍ ସବୁ ପ୍ରକାରର ବୟସ ବର୍ଗର ଲୋକଙ୍କ ପାଇଁ ଏହା ଉଦ୍ଧିଷ୍ଟ । ବାଇସାଇକେଲର ନିୟମିତ ବ୍ୟବହାର ଦ୍ୱାରା ଡାଇବେଟିସ୍ ରେ ପୀଡିତ ଲୋକଙ୍କ ଶରୀର ଫିଟ୍ ରହିଥାଏ । ଏଥିସହ ଯୁବବର୍ଗଙ୍କ ପାଇଁ ମଧ୍ୟ ଏହା ବେଶ୍ ଉପଯୋଗୀ । ୨୦୧୮ ମସିହାରେ ଜାତି ସଂଘର ସାଧାରଣ ପରିଷଦ ଏହି ଦିବସକୁ ପାଳନ କରିବାକୁ ସ୍ୱୀକୃତି ଦେଇଥିଲେ । ତେବେ ଏହି ଦିବସର ପାଳନ ପାଇଁ ପ୍ରଥମେ ଲେସ୍ ଜେକ୍ ସାଇବିଲସକି ଉଦ୍ୟମ ଆରମ୍ଭ କରିଥିଲେ । ପରେ ପରେ ଏହାର ସମର୍ଥନରେ ତୁର୍କମେନିସ୍ତାନ ଏବଂ ଅନ୍ୟ ଛପନଟି ରାଷ୍ଟ୍ର ଆଗକୁ ଆସିଥିଲେ । ଏହି ଦିବସର ଲକ୍ଷ୍ୟ ହେଲା ବାଇସାଇକେଲ୍ ସମସ୍ତ ମଣିଷଙ୍କର ଏବଂ ସମସ୍ତ ମଣିଷଙ୍କ ପାଇଁ ।
ଯୁକ୍ତରାଷ୍ଟ୍ର ଆମେରିକା ର ମିଚିଗାନ୍ ର ଏକ ରାଜ ରାସ୍ତାରେ ବାଇସାଇକେଲକୁ ଛାଡି ଦେଲେ ଆଉ କୌଣସି ଯାନ ଚଳାଇବା ସମ୍ପୂର୍ଣ୍ଣ ନିଷିଦ୍ଧ । ଇତିହାସର ପୃଷ୍ଠାରେ ମଧ୍ୟ ବାଇସାଇକେଲ୍ ନିଜ ସ୍ଥାନ ସୃଷ୍ଟି କରିଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜାପାନୀ ସୈନିକମାନେ ବାଇସାଇକେଲ୍ ଚଢ଼ି ସାରା ମାଲେସିୟା ଅଧିକାର କରିଥିଲେ । ନେଦରଲ୍ୟାଣ୍ଡରେ ମଣିଷ ତୁଳନାରେ ବାଇସାଇକେଲ୍ ର ସଂଖ୍ୟା ଅଧିକ । ଏଠାରେ ୫୦ କୋଟିରୁ ଅଧିକ ବାଇସାଇକେଲ୍ ରହିଛି । ସେହିପରି ବାଇସାଇକେଲ୍ ଉତ୍ପାଦନରେ ଚୀନ ବିଶ୍ୱରେ ସବୁଠାରୁ ପ୍ରଥମ । ସାରା ବିଶ୍ୱରେ ୬୬ ପ୍ରତିଶତ ବାଇସାଇକେଲ୍ ଚୀନରେ ଉତ୍ପାଦନ ହୁଏ । ସେହିପରି ପ୍ରତିବର୍ଷ ୧୦୦ ମିଲିୟନ୍ ସାଇକେଲ୍ ର ନିର୍ମାଣ ହୁଏ ।
କାର୍ ତୁଳନାରେ ବାଇସାଇକେଲ୍ ର ରକ୍ଷଣାବେକ୍ଷଣ ୩୦ ଗୁଶ ଶସ୍ତା ହୋଇଥାଏ ଏବଂ ଏଥିରେ ଅନେକ ଫାଇଦା ମଧ୍ୟ ରହିଛି । ହେଲେ ସବୁଠାରୁ ଦୁଃଖର କଥା ଯେ, କାର୍, ବାଇକ୍ ତୁଳନାରେ ସାଇକେଲ୍ ର ଉତ୍ପାଦନର ମାତ୍ରା କମିବାରେ ଲାଗିଛି । ଲୋକମାନେ ଆଧୁନିକତାକୁ ଆପଣାଇବା. ଆଧାରରେ ସାଇକେଲର ବ୍ୟବହାରକୁ କମାଇବାରେ ଲାଗିଛନ୍ତି । ବିଜ୍ଞାନ କୁହେ ଯେ, ଯଦି ଆପଣ ପ୍ରତିଦିନ ସାଇକେଲ୍ ଚଲାଉଛନ୍ତି ତେବେ ଆପଣ ନିଜ ଆୟୁଷକୁ ଆହୁରି ୧୪ ମାସ ପର୍ଯ୍ୟନ୍ତ ବଢ଼ାଇ ପାରିବେ । ଏବେବି ବହୁ ଲୋକଙ୍କ ପସନ୍ଦ ବାଇସାଇକେଲ ।