ଭାରତ

ବାତ୍ୟା ‘ବିପର୍ଯ୍ୟୟ’ ଛୁଇଁବ ସ୍ଥଳଭାଗ, ୧ଲକ୍ଷ ଲୋକଙ୍କୁ କରାଗଲା ସ୍ଥାନାନ୍ତର

(ଗୁଜୁରାଟ) : ଭୟଙ୍କର ରୂପ ନେବାରେ ଲାଗିଛି ବାତ୍ୟା ‘ବିପର୍ଯ୍ୟୟ’। ଧୀ‌ରେ ଧୀରେ ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ତଟ ଆଡ଼କୁ ମୁହାଁଇଥିବା ବେଳେ ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଜଣାପଡ଼ିଛି। ଗୁଜରାଟରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯାଇଥିବା ‌ବେଳେ ଏପର୍ଯ୍ୟନ୍ତ ପ୍ରାୟ ୧ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ତେବେ ପାଣିପାଗ କାର୍ଯ୍ୟାଳୟ ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଏହା ସହ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି। ଆଜି ରାତି ସୁଧା ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟର ଜଖାଉ ବନ୍ଦର ଅତିକ୍ରମ କରିବ ଏନେଇ ରାଜ୍ୟ ସରକାର ହାଇ ଆଲର୍ଟରେ ଥିବା ବେଳେ ବିପଦ ସଙ୍କୁଳ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଛନ୍ତି।

 

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେ

mahabharatanews

‘ସିବିଆଇ’ ଅଫିସ୍‌ରେ ପହଞ୍ଚିଲେ ମମତାଙ୍କ ପୁତୁରା

mahabharatanews

ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ

mahabharatanews