ଭାରତ

ବାତ୍ୟା ‘ବିପର୍ଯ୍ୟୟ’: ସମୀକ୍ଷ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

(ଦିଲ୍ଲୀ) : ଆସୁଛି ବାତ୍ୟା ‘ବିପର୍ଯ୍ୟୟ’ । ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଡକାଇଲେ ବୈଠକ । ଦିନ ୧ ଟାରେ ଏହି ବୈଠକ ବସିଥିବା ଜଣାପଡିଛି । ଆରବ ମହାସାଗରେ ସୃଷ୍ଟି ହୋଇଥିବା ଏହି ବାତ୍ୟା  ୧୫ ତାରିଖ ସକାଳ ସୁଦ୍ଧା ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳମୁହାଁ ହେବା ନେଇ ସୂଚନା ରହିଛି ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ସୌରାଷ୍ଟ୍ର-କଚ୍ଛର ଉପକୂଳ ଦେଇ ଗତି କରିବ ବାତ୍ୟା ବିପର୍ଯ୍ୟୟ । ଏଥିପାଇଁ ଗୁଜୁରାଟର ସୌରାଷ୍ଟ୍ର ଓ କଚ୍ଛରର କିଛି ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ୧୫ ତାରିଖ ସକାଳ ସୁଦ୍ଧା ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳମୁହାଁ ହେବା ନେଇ ସୂଚନା ରହିଛି । ଆସନ୍ତ ୧୫ ତାରିଖ ଦିନ ଗୁଜରାଟର ମାଣ୍ତବି ଓ ପାକିସ୍ତାନର କରାଚି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Related posts

୧୬ ବିଧାୟକ ଅଯୋଗ୍ୟ ମାମଲା, ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତି ନେବାକୁ ମନା କଲେ ସୁପ୍ରିମକୋର୍ଟ ନାହିଁ

mahabharatanews

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

mahabharatanews

 ୫୧ହଜାର ଦୀପରେ ରାମ ଚୌକ

mahabharatanews