ଭାରତ

ଲୋକପ୍ରିୟ ଟିଥାଲ୍ ବିଚକୁ ପର୍ଯ୍ୟଟକ ମନା

(ମୁମ୍ବାଇ) :  ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି କୁହାଯାଇଛି ଯେ ବାତ୍ୟା ‘ବିପର୍ଯ୍ୟୟ’ କ୍ରମଶଃ ଏକ ଭୟଙ୍କର ବାତ୍ୟାରେ ପରିଣତ ହେବାରେ ଲାଗିଛି। ଏହା ଧୀ‌ରେ ଧୀରେ ଉଗ୍ର ରୂପ ନେଉଛି। ଏହା ଉତ୍ତର ଆଡ଼କୁ ଗତି କରୁଛି। ଆସନ୍ତା ପାଞ୍ଚଦିନ ମଧ୍ୟରେ ପବନର ବେଗ ଅଧିକ ରହିବା ସହ ଗୁଜରାଟରେ ଝଡ଼ବାତ୍ୟା ଅନୁଭୂତ ହେବ। ଏଥିନିମନ୍ତେ ଆରବ ସାଗର ଉପକୂଳରେ ଗୁଜରାଟର ବଲସାଡ଼ର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଟିଥାଲ୍ ବିଚ୍ ଉଚ୍ଚ ଲହଡ଼ି ଏବଂ ପ୍ରବଳ ପବନ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବେ ବନ୍ଦ ହୋଇଯାଇଛି। ଗୁଜରାଟ, କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଉପକୂଳରେ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

ସୂଚନାନୁଯାୟୀ ,  ଆରବ ସାଗରରେ ଝଡ଼ ପ୍ରବାହିତ ହେଉଥିବାରୁ ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରୁଛନ୍ତି। ଆଇଏମ୍‌ଡି ପକ୍ଷରୁ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏହି ବାତ୍ୟାର ନାମ ବାଂଲାଦେଶ ଦ୍ବାରା ‘ବିପର୍ଯ୍ୟୟ’ ରଖାଯାଇଥିଲା।

 

 

Related posts

ହେମନ୍ତଙ୍କ ବିରୋଧରେ ଇଡିର ପ୍ରମାଣ 

mahabharatanews

ଓଡି଼ଶାରେ ୫ଜି ସେବା ଯୋଗାଇବେ ଜିଓ ଓ ଏୟାରଟେଲ

mahabharatanews

‘ଭାରତ ବନ୍ଦ’: ନୋଏଡରେ ୧୪୪ ଧାରା ଲାଗୁ 

mahabharatanews