ଭାରତ

 ଅପରାହ୍ନ ୪ଟାରେ ଆହୁରି ନିକଟତ ହେବ ଚନ୍ଦ୍ରଯାନ -୩ 

(ଦିଲ୍ଲୀ)  : ହାତଗଣତି କିଛି ଦିନ ପରେ ଚାନ୍ଦରେ ପହଞ୍ଚିବ ଭାରତ । ତାପରେ ଦେଶକୁ ମିଳିବ ବଡ଼ ସଫଳତା । ମିଶନ ଚନ୍ଦ୍ରଯାନ -3 ଦିନକୁ ଦିନ ଚନ୍ଦ୍ରର ନିକଟତର ହେଉଛି । ବିକ୍ରମ ୧୭ ଅଗଷ୍ଟ ଗୁରୁବାର ଦିନ ଲ୍ୟାଣ୍ଡର ପ୍ରପୁଲସନ ମଡ୍ୟୁଲରୁ ସଫଳତାର ସହିତ ଅଲଗା ହୋଇଥିଲେ । ତେବେ ପ୍ରପଲ୍‍ସନ ମଡ୍ୟୁଲ୍‍ ଠାରୁ ପୃଥକ୍‍ ହେବା ପରେ ରୋଭର୍‍ ପ୍ରଜ୍ଞାନକୁ ବହନ କରି ଲ୍ୟାଣ୍ଡର୍‍ ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟା ୪୭ ମିନିଟରେ ଦକ୍ଷିଣ ଧ୍ରୁବ ନିକଟରେ ଚନ୍ଦ୍ରପୃଷ୍ଠରେ ସପ୍ଟଲ୍ୟାଣ୍ଡିଂ କରିବ ବିକ୍ରମ ।

ସୂଚନାନୁଯାୟୀ , ଲ୍ୟାଣ୍ଡର ‘ବିକ୍ରମ’ ଏବଂ ରୋଭର ‘ପ୍ରଜ୍ଞା’ କୁ ନେଇ ଗଠିତ ଲ୍ୟାଣ୍ଡର ମଡ୍ୟୁଲ୍ ବର୍ତ୍ତମାନ ଏକ କକ୍ଷପଥକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛି ଯାହା ସେମାନଙ୍କୁ ଚନ୍ଦ୍ର ପୃଷ୍ଠକୁ ନିକଟତର କରିବ । ଏହା ପରେ, ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟା ୪୭ ମିନିଟରେ ଦକ୍ଷିଣ ଧ୍ରୁବ ନିକଟରେ ଚନ୍ଦ୍ରପୃଷ୍ଠରେ ସପ୍ଟଲ୍ୟାଣ୍ଡିଂ କରିବ ବିକ୍ରମ । ISRO ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ‘ଲ୍ୟାଣ୍ଡର୍ ମଡ୍ୟୁଲ୍ ପ୍ରପଲସମ୍ ମଡ୍ୟୁଲ୍ ଠାରୁ ସଫଳତାର ସହିତ ପୃଥକ ହୋଇଛି। ଏହା ଡିବୋଷ୍ଟିଂ ଅର୍ଥାତ୍ ଗତି ହ୍ରାସ କରିବାର ପ୍ରକ୍ରିୟା କରିବ ଏବଂ ଅଗଷ୍ଟ ୧୮ ଶୁକ୍ରବାର ଦିନ ଅପରାହ୍ନ ୪ ଟା ସମୟରେ ଚନ୍ଦ୍ର କକ୍ଷପଥରେ ଟିକେ ତଳକୁ ଖସିବ ଅର୍ଥାତ ଚନ୍ଦ୍ରର ଆହୁରି ନିକଟତର ହେବ ବୋଲି ଆଶା କରାଯାଉଛି | ”

Related posts

Viral Video: ଦ୍ରୁତ ଗତି ମହାବିପତ୍ତି, ଆଖି ପିଛୁଳାକେ ଚାଲିଗଲା ୩ ଜୀବନ

mahabharatanews

ବିଏ .୨କୁ ନେଇ ଏହିପରି କହିଲା WHO

mahabharatanews

୩ ବିକ୍ଷୋଭକାରୀଙ୍କୁ ଫାଶୀ ଦେଲା ଇରାନ୍

mahabharatanews