Uncategorized

 ଜୁଲାଇରେ ଅନ୍ତରାଷ୍ଟ୍ରୀ ବିମାନ ଉଡାଣକୁ ନେଇ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ପାଖାପାଖି ହୋଇଛି । ଦେଶରେ ଲକଡାଉନ ଜାରି ଥିବା ସମୟରେ ବିଦେଶରୁ ପ୍ରାୟ ୨ .୭୫ ଲକ୍ଷ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଛି ବୋଲି ଆଜି ନାଗରିକ ଉଡାଣମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି । ଏଥିସହ ଅନ୍ତରାଷ୍ଟ୍ରୀୟ ଉଡାଣ ପୁନଃ ଆରମ୍ଭ ପ୍ରସଙ୍ଗରେ ସେ କହିଛନ୍ତି, ଅନ୍ତୀରାଷ୍ଟ୍ରୀୟ ଉଡାଣ ପୁଣି ଆରମ୍ଭ କରିବାକୁ ଅନ୍ୟ ଦେଶ ଉପରେ ମଧ୍ୟ ନିର୍ଭର କରେ । କାରଣ ଅନ୍ୟ ଦେଶ ବିମାନ ଅବତରଣ ପାଇଁ ଅନୁମତି ଦେବା ଆବଶ୍ୟକ । ଏହା ପୂର୍ବରୁ ସରକାର କହିଥିଲେ, ଜୁଲାଇରେ କରୋନା ମାମଲାର ତୃଣମୂଳ ସ୍ତରର ସ୍ଥିତି ପରଖିବା ପରେ କୌଣସି ନିର୍ଣ୍ଣୟ ନିଆଯିବ । ଜୁଲାଇରେ ଏହା ଉପରେ କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ ।

Related posts

୨୦ରୁ ପ୍ରଶାନ୍ତ କିଶୋରଙ୍କ ‘ବାତ୍ ବିହାର କୀ’ କାର୍ଯ୍ୟକ୍ରମ

mahabharatanews

ଏହି ଉପାୟରେ କରନ୍ତୁ ଚନ୍ଦ୍ର ପୂଜା ଦୂର ହେବ ଆର୍ଥିକ ସଙ୍କଟ

mahabharatanews

ନିପା ଭାଇରସ ସଂକ୍ରମଣରେ ନାବାଳକର ମୃତ୍ୟୁ, ୨ ଆକ୍ରାନ୍ତ

mahabharatanews