ଭୁବନେଶ୍ୱର: ରାଜ୍ୟରେ ଥିବା ସବୁ କୋଭିଡ଼ କେୟାର ସେଣ୍ଟର ବନ୍ଦ ହେବ । ରାଜ୍ୟର ସବୁ ଘରୋଇ ଓ ସରକାରୀ କୋଭିଡ଼ ସେଣ୍ଟର ବନ୍ଦ କରିବା ନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏହି ନିଷ୍ପତ୍ତି କୋଭିଡ଼ ଟେକ୍ନିକାଲ କମିଟି ସୁପାରିସ ଆଧାରରେ ନିଆଯାଇଛି।
ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିସନରଙ୍କୁ ଚିଠି ଲେଖିଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ତଳମୁହାଁ ହୋଇଛି । ତେଣୁ ରାଜ୍ୟର କୋଭିଡ଼ କେୟାର ସେଣ୍ଟର ବନ୍ଦ କରାଯିବ । ଯଦି କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବେ, ତେବେ ଆକ୍ରାନ୍ତ ଡିସ୍ଚାର୍ୟ ହେବା ପର୍ୟ୍ୟନ୍ତ ଚିକିତ୍ସା ଜାରି ରହିବ । ତେବେ ତୄତୀୟ ଲହରକୁ ଦୄଷ୍ଟିରେ ରଖି ଡେଡିକେଟେଡ କୋଭିଡ଼ ହେଲ୍ଥ ସେଣ୍ଟର ଏବଂ ଡେଡିକେଟେଡ କୋଭିଡ଼ କେୟାର ସେଣ୍ଟର ଖୋଲା ରହିବ । ଯଦି କୌଣସି ଆକ୍ରାନ୍ତ ଚିକିତ୍ସିତ ହେଉନଥିବେ ତେବେ ସରକାରଙ୍କ ଦ୍ବାରା ପରିଚାଳିତ ଘରୋଇ କୋଭିଡ଼ ହସ୍ପିଟାଲ ବନ୍ଦ ହେବ। କିନ୍ତୁ ଆଗାମୀ ଲହର ପାଇଁ ହସ୍ପିଟାଲଗୁଡିକ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି।